STORYMIRROR

ଵଳରାମ ତରାଈ

Others

3  

ଵଳରାମ ତରାଈ

Others

ସତି ସାବିତ୍ରୀ

ସତି ସାବିତ୍ରୀ

1 min
178


ସତୀ ସାବିତ୍ରୀ ଯମ କବଳରୁ ରକ୍ଷା 

ଧନ୍ୟ ହେ ତୁମେ ସାବିତ୍ରୀ

ମୃତ୍ୟୁ ପାଖରୁ ବଞ୍ଚାଇଲି ତୁମେ

ବଞ୍ଚାଇଲ ନିଜ ପତି।


ବେନି କର ଯୋଡି କହୁଛନ୍ତି ସାବିତ୍ରୀ

ମୋ ସ୍ୱାମୀ ଆଉ ନାହାଁନ୍ତି।


ସତ ପୁତ୍ର କୁହ ହେ ଯମ ଦେବତା

ସ୍ୱାମୀ ଙ୍କୁ ପାଇବି କେମିତି

ଯମରାଜା ହେଲେ ଆଶ୍ଚର୍ଯ୍ୟ ଚକିତ

ଧନ୍ୟ ତୁମେ ସତୀ ସାବିତ୍ରୀ।


ଯମ ପଛେ ଧାଇଁ ଧାଇଁ ସାବିତ୍ରୀ

ଯମରାଜକୁ ମାଗିଲେ ବର

ହେ ଯମରାଜ ମୋ ଗୁହାରି ଶୁଣ ହେ

ତ୍ରିବାର ସତ୍ୟ ତୁମେ କର।


ଯମ ବଚନ ଦେଲେ ସତ୍ୟ ମୁଁ କଲି

ସାବିତ୍ରୀ ବୋଲନ୍ତି ଉତ୍ତର

ଫେରାଉ ସ୍ୱାମୀଙ୍କୁ ମୋର ସତ୍ୟ

ଯମ ଦେଇ ଦେଲେ ବର।


ଜାଗାରୁ ଉଠି ବସିଲେ ସତ୍ୟବାନ

ଧନ୍ୟ ତୁମେ ସତୀ ସାବିତ୍ରୀ

ଆଶ୍ରମ ଫେରିଲେ ସତ୍ୟବାନ

ଧନ୍ୟ ତୁମେ ସତୀ ସାବିତ୍ରୀ।


ରାଜା ହେଲେ ଖୁସି ରାଜ୍ୟ ହେଲା 

ଧନ୍ୟ ତୁମେ ସତୀ ସାବିତ୍ରୀ

ଖୁସିରେ ନାଚଇ ସାରା ଧରିତ୍ରୀ ମାନ

ଧନ୍ୟ ତୁମେ ସତୀ ସାବିତ୍ରୀ।


ପୁରାଣରେ ତୁମେ ହୋଇଲା ଲେଖା

ସତ୍ୟବାନ କହାଣି

ଜ୍ୟେଷ୍ଠ ମାସରେ ଆମବାସ୍ୟା ଦିନ

ଏ ବାର ମାନଟି ଜାଣ

ସାବିତ୍ରୀ ବ୍ରାତ ହେଲା ଉଚ୍ଚାରଣ

ଖୁସି ହେବ ସତୀ ଗଣ।


ଶଙ୍ଖା ଆଉ ସିନ୍ଦୁର ପୁଜା ହେବ ଜାଣ

ସବୁ ନାରି ଉପବାସ ରେ ରହି

ଖୁସି ହେବେ ଲକ୍ଷ୍ମୀ ନାରୟଣ ଠାକୁର

ଏ ବତ ହେବ ସ୍ୱାମୀର କଲ୍ୟାଣ।


ହେ ମା ସାବିତ୍ରୀ ନାରୀର ଉନ୍ନତି

ରଖି ଯାଇଅଛ କୀର୍ତ୍ତି

ନାରୀକୁ ଦେଇଛ ହେ ନୂଆ ପରିଚୟ

ସିନ୍ଦୁର କରିଛ ଜୟ।


ନାରୀ ହୋଇ ତୁମେ ଯମ କବଳରୁ

ଆଣିଛ ସ୍ୱାମୀଙ୍କୁ ଖୋଜି

ଯମ ରାଜା ପରାସ୍ତ କରି ଶକ୍ତି ବଳେ

ତୁମେ ଜିଣିଛ ହେ ଆଜି।


ହେ ସାବିତ୍ରୀ ତୁମ ବ୍ରତ ଆଜି ଆମର 

ବିନତି ଆମର ଘେନ

ଭୋଗ ନୈବେଦ୍ୟ ଶାନ୍ତି ହୁଅ ମାତ

ରକ୍ଷାକର ନାରୀ ମାନ।



Rate this content
Log in