STORYMIRROR

Biswanath Nayak

Others

4  

Biswanath Nayak

Others

ସପନ ନାୟିକା-------------

ସପନ ନାୟିକା-------------

1 min
41

ସପନ ନାୟିକା

---------------------

ରାତି ପାହିବାକୁ

ଅଳପ ରହିଛି

ତୁଟିନି ନାୟିକା ନିଦ,

ସପନ ତା' କାଳେ

ଭାଙ୍ଗିଯିବ ବୋଲି

ରଜନୀ ମନ ବିଷାଦ। 


ଧରଣୀର ଅଙ୍କେ

ଲୋଟିଛି ଶେଫାଳି

କ୍ଳାନ୍ତ ଅପଘନ ନେଇ,

କାଟୁଥିଲା ଅବା

ବିନିଦ୍ର ରଜନୀ

ନାୟିକାର ସେବା ପାଇଁ। 


ବାତାୟନ ପାଶେ

ପାହାନ୍ତି ପବନ

ନାୟିକାକୁ ଡାକେ ରହି,

ଶୟନ ତେଜ ଗୋ !

ଚମ୍ପକ ବରନା

ନିଶି ଆସେ ପାହି ପାହି। 


ଘୁମନ୍ତ ନୟନେ

ପାହାନ୍ତିଆ ତାରା

ଯିବାକୁ ରହିଛି ଚାହିଁ ,

ନିରେଖୁଥିଲା କି

ଚାରୁ ଚନ୍ଦ୍ରାନନ

ନିଶି ଉଜାଗର ରହି !


ସପନ ନାୟିକା

ହୃଦ-ପଦ୍ମେ ବନ୍ଦୀ

ସପନ ରାଜକୁମାର,

ପଙ୍କଜ ହୃଦୟେ

ରାତ୍ରେ ବନ୍ଦୀ ଥାଏ

ଯେମନ୍ତେ ପ୍ରେମୀ ଭ୍ରମର। 


ସପନ ଭାଙ୍ଗ ଗୋ!

ସପନ ନାୟିକା

ରଜନୀ ମାଗେ ମେଲାଣି,

ପ୍ରାଚୀ ଦିଗବଳୟ

ଉଦ୍ଭାସିତ କରି

ଆସିଯିବେ ଦିନମଣି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍