STORYMIRROR

Pramila Sahoo

Others

2  

Pramila Sahoo

Others

ସପନ ଭାଙ୍ଗି ଗଲେ ଥରେ

ସପନ ଭାଙ୍ଗି ଗଲେ ଥରେ

1 min
12.9K


ସପନ ଭାଙ୍ଗି ଗଲେ ଥରେ

ପୁଣି ଥରେ ଦେଖି ହୁଏ ସିନା

ହେଲେ ପିଣ୍ଡରୁ ପ୍ରାଣ ଗଲେ ଚାଲି

ଆଉ ସେ କେବେ ଫେରେନା

କି ଧନ କି ସମ୍ପତି, ମାନ ସମ୍ମାନ

ସବୁ ତ ଅଢ଼େଇ ଦିନିଆ

ପ୍ରାଣ ଥିବା ଯାଏ

ସବୁ ତ ନିଜର ନିଜର

ପ୍ରାଣ ଚାଲି ଗଲା ପରେ

ମିଳେ ନାହିଁ ଟିକିଏ ଜାଗା

ନିତି କରିଥିବା ଅନ୍ୟ ସେବା

ପର ଦୁଃଖରେ ହୁଏ ମୁଁ ଦୁଃଖୀ

ମାନବ ସେବା ହିଁ ମାଧବ ସେବା

ଅନ୍ୟ ଜୀବନରେ ଦେବା ଖୁସି ଭରି

କାହାରି ହୃଦୟରେ କେବେ ନ ଦେବା ବାଧା

ମନୁଷ୍ୟ ଜୀବନ ଅମୂଲ୍ୟ ପରା

ସେ କାଳେ ଶ୍ରେଷ୍ଠ ପ୍ରାଣୀ

କାହିଁକି ଘଟୁଛି ନିତି ଏଠି ଅନ୍ୟାୟ ପୁଣି

ଦିଅ ନାହିଁ କାହା ମନରେ ଦୁଃଖ

ଭଲ ପାଉ ସଭିଙ୍କୁ ଜୀବନ ଯାକ

ଏହା ହଉଚି ମନୁଷ୍ୟ ଜୀବନ ପାଇଁ

ଇଶ୍ଵରଙ୍କ ବହୁ ମୂଲ୍ୟ ଆଶୀର୍ବାଦ.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍