STORYMIRROR

Pareshchandra Das

Others

4  

Pareshchandra Das

Others

ସଂଳାପ ,ସମୟ ଓ ମୋର

ସଂଳାପ ,ସମୟ ଓ ମୋର

1 min
160

କହିବୁ, କହୁନୁ?

ତୁ କହିବୁ? ନା ମୁଁ କହିବି!

ତୁ ମୋ କଥା କହ,

ମୁଁ ତୋ କଥା କହିବି।

ନିରବ ହେଲୁ ଯେ!

ବଢ଼ି ବଢ଼ି ତୁ ଆଉ ମୋ କଥା

କଣ କହିବୁ?

ମୋର ସମୟ ଶେଷ ହୋଇ ଆସୁଛି

ଏଇ କଥା ନା !

କଣ ତୋ ଆଖିରେ ଲୁହ !

ଓଃ ବିଦାୟର ମୁହୂର୍ତ୍ତ?

ତୁ ଦେବୁ ମୁଁ ନେବି।

ଦୁଃଖ ତୁ କରୁଛୁ କିଆଁ!

ତୁ ଚିର ଦିନ ଥିବୁ,

ଆଉ ସମସ୍ତଙ୍କୁ ବିଦା କରୁଥିବୁ।

ଦୁଃଖ ତ ମୁଁ କରିବା କଥା ,

ଯେ ମୁଁ ତୋତେ ନିଶ୍ଚୟ

ହରେଇବି।।ଆଜି ନ ହେଲେ କାଲି

ତୁ ଚାଲିଥିବୁ ଆଉ ମୁଁ ଚାଲିଯିବି,

ତୁ ଅନନ୍ତ କାଳର ଯାତ୍ରୀ

ଆଉ ମୁଁ,

ଏକ ମୁହୂର୍ତ୍ତ,



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍