STORYMIRROR

Pt.Abhaya Kumar Tripathy Sharma

Others

3  

Pt.Abhaya Kumar Tripathy Sharma

Others

ସନ୍ଧ୍ୟା

ସନ୍ଧ୍ୟା

1 min
197

ସନ୍ଧ୍ୟା ଗୋ ତୁମେ ପାଦ ଚାପି ଆସ

ଛାଇ ଅନ୍ଧାର ସାଥିରେ l

ଝିପ୍ ଝିପ୍ ବର୍ଷା ସାଥିରେ ତୁମର

ଦେହଟାକୁ ଓଦା କରେ ll


ଦୂରଦିଗ୍-ବଳୟେ ଚପଳା ଚଞ୍ଚଳେ

ଚିକ୍ ଚିକ୍ ଆଭା ତୋଳେ l

ଆସ୍ତାଚଳେ ରବି ଧୀର ଗତି କରି

ଯାଉଛନ୍ତି ମାଆ କୋଳେ ll


ଚକୋର-ଚକୋରି ଉଚ୍ଚେ ରାବକରି

ଫେରୁଛନ୍ତି ନିଜାଳୟେ l

ପୂରୁବଆକାଶେ ଇନ୍ଦ୍ରଧନୁ ଶୋଭା

ଜନ ମନ ହରିନିଏ ll(ପ୍ରତିଭାତ ହେଉଥାଏ )


ସନ୍ଧ୍ୟାରଙ୍ଗଣୀର ମହମହ ବାସ୍ନା

ତନୁ ମନ ପୁଲକାଏ l

ମନ୍ଦିରେ ମନ୍ଦିରେ ଆଳତୀ ତାଳରେ

ଶଙ୍ଖ ଘଣ୍ଟା ବାଜୁଥାଏ ll


ବୃନ୍ଦାବତୀ ମୂଳେ କୂଳବଧୂମାନେ

ସନ୍ଧ୍ୟା ଧୂପ ଦୀପ ଜାଳି l

ସଂସାର ସୁଖକୁ ମାଗିବସିଥାନ୍ତି

କରପତ୍ର କୃତାଞ୍ଜଳି ll


ବ୍ରାହ୍ମଣ ଗୃହରୁ ବେଦଧ୍ୱନି ଶୁଭେ

ମନ୍ଦିରୁ ପ୍ରାର୍ଥନା ସ୍ୱର l

ଭାଗବତ ଘରେ ହରିଙ୍କର ଗାଥା

ପାଠ ହୁଏ ନିରନ୍ତର ll


ସନ୍ଧ୍ୟା ଗୋ ସତେ ଅପରୂପା ତୁମେ

ତୁଳନା ନାହିଁ ତୁମର ll

ଅପୂର୍ଵ ଶୋଭାକୁ କୋଳେ ଧରି ତୁମେ

ମର୍ତ୍ତ୍ୟରେ ତୋଳିଛ ଘର ll


ଜୟ ଶ୍ରୀରାଧେକୃଷ୍ଣ...... 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍