STORYMIRROR

Bidyadhar Sethi

Others

2  

Bidyadhar Sethi

Others

ସମୟର ଚକ୍ର

ସମୟର ଚକ୍ର

1 min
173

ଦିବସର ଉଜ୍ଜଳ ଆଲୋକ

ଅମା ରଜନୀର ଘନ ଅନ୍ଧକାର

ଦିନ ବିତିଯାଏ ରାତି ବିତିଯାଏ

ଗଡିଚାଲେ ସମୟର ଚକ ।


କାଳର କରାଳ ଗତି

ରୋକିବାକୁ ନାହିଁ ଶକ୍ତି

ସମୟତ ବଳବାନ ସର୍ବ ଶକ୍ତିମାନ

ସମୟ ଗର୍ଭରେ ଦିନେ

ସବୁ କିଛି ହେବ ଲୀନ ।


ସୂର୍ଯ୍ୟ ଚନ୍ଦ୍ର ଗ୍ରହ ତାରା

ଏ ବିଶ୍ବ ବ୍ରହ୍ମାଣ୍ଡ

ସବୁତ ତା'ର ଭିଆଣ

ସେ ଏକା ଅଖଣ୍ଡ

ସର୍ବମୟ କର୍ତ୍ତା ସେ'ଯେ ସର୍ବ ବିଦ୍ୟମାନ

ଆଦି ଅନାଦି ପରମ ସୃଷ୍ଟିର କାରଣ ।



Rate this content
Log in