STORYMIRROR

Dillip Kumar Mandal

Others

3  

Dillip Kumar Mandal

Others

ସ୍ମୃତି

ସ୍ମୃତି

1 min
26.2K


ସ୍ମୃତି ତମେ ଆସିଥିଲ ହୋଇ ପିଲାଦିନ

ଝୁରୁଛି ତମକୁ ଆଜି ଏ ଅବୁଝା ମନ

ସେଇ ମା ଗାଳି ସେଇ ଦାଣ୍ଡ ଧୂଳି

ସେଇ ଵାଲିଘର ସେଇ ଶିଶୁ ମନ୍ଦିର

ଆଉ ପାଉ ନାହିଁ କାହିଁ

ଆହା କେଡେ ନିଷ୍ଠୁର ଏ ସମୟ

ମୋ ଠାରୁ ତମକୁ ନେଲା ଛଡେଇ

ଫେରି ଆସ ତମେ ସ୍ମୃତି ଚାହିଁଛି ଏ ମନ

ସ୍ମୃତି ତମେ ଆସିଥିଲ ହୋଇ ପିଲାଦିନ

ସ୍ମୃତି ତମେ ଆସିଥିଲ ପ୍ରିୟତମା ହୋଇ

ଏକା ଏକା ଚାଲୁଥିଲି ବାଟର ବାଟୋଇ

ଆସିଥିଲ ଯେବେ ତମେ ଜୀବନରେ ମୋର

ବୋଳି ଦେଲା ହୃଦୟରେ ପ୍ରେମର ଅଭିର

କେତେ ସ୍ବପ୍ନ ଦେଖିଥିଲି ତୁମକୁ ମୁଁ ନେଇ

ଜହ୍ନ ରାଇଜରେ ଘର କରିବାର ପାଇଁ

ଭାଙ୍ଗି ଦେଲ ସ୍ବପ୍ନ ମୋର ପୋଛି ଦେଲ ରଙ୍ଗ

ଚାଲି ଗଲ ଏକା ଛାଡି ହେଲି ମୁଁ ନିସଙ୍ଗ

ବୁଝେଇଲେ ମନକୁ ମୋ ବୁଝୁନାଇ କାଇଁ

ସ୍ମୃତି ତମେ ଆସିଥିଲ ପ୍ରିୟତମା ହୋଇ


Rate this content
Log in