STORYMIRROR

Prabina kumar Kabi

Others

3  

Prabina kumar Kabi

Others

ସ୍ମୃତି

ସ୍ମୃତି

1 min
13.8K


ସ୍ମୃତି

ଏକ ଅଙ୍କାବଙ୍କା ନଈ

ଏକ ମଧୁ ଋତୁ

ଉଦାସୀ ଆଖିର,

ସ୍ମୃତି, ଏକ ଧୂଆଁଭର୍ତ୍ତି ସୁନୀଳ ଆକାଶ

ଏକ କ୍ଲାନ୍ତ ସମୟ

ଗୋଧୂଳି ସଞ୍ଜର ।୧।

ସ୍ମୃତି

ଏକ ଦିନଲିପି ପୃଷ୍ଠା,

ପବନର ସଂଘାତରେ

ସଂଘର୍ଷମୟ, କମ୍ପମାନ

ଆଲୁଅରେ ଲେଖା।

ସ୍ମୃତି

ଏକ ଜହ୍ନର ଦୀପାଳି,

ହାହାକାର ହୃଦୟକୁ

ଦିଶାହରା ଜୀବନକୁ

ଖିନ୍ ବିନ୍ କରି

ଦେଉଥାଏ ଜାଳି ।୨।

ସ୍ମୃତି

ଏକ ଅଦେଖା ଯନ୍ତ୍ରଣା

ହୃଦୟର ପାନ୍ଥ ଶାଳେ,

ଲେଖାହୁଏ ଲିଭେଇ ହୁଏନି

ମହୁଲି ନିଶାରେ,

ସ୍ମୃତି

ଏକ ବିଭକ୍ତ ସମୟ

ସପନର ଅଧା ଦେଖା ଛାଇ,

ଛୁଇଁ ଯାଏ ଅଛୁଆଁ ସ୍ପର୍ଶରେ

ପାହାନ୍ତି ପ୍ରହରେ...।୩।


Rate this content
Log in