STORYMIRROR

Pareshchandra Das

Others

2  

Pareshchandra Das

Others

ସ୍ମୃତି ତୁମେ

ସ୍ମୃତି ତୁମେ

1 min
269



ପରେଶ ଚନ୍ଦ୍ର ଦାସ


ବାତାୟନ ପଥେ କିଏ ମୋତେ ଡାକେ

ଚିହ୍ନା ଚିହ୍ନା ଲାଗେ ସ୍ୱର ।

ଫର୍ଦ୍ଦ ଫର୍ଦ୍ଦ ସ୍ମୃତି ଓଲଟି ଗଲାଣି

ମୁହଁ ଟି ଦିଶୁଛି ତୋର ।।

କେତେ ତୁ ହସାଉ କେତେ ବି କନ୍ଦାଉ

ବାହୁଡ଼ିବୁ କି ସାଥେମୋର।

ଯାଆ ଯାଆ ବୋଲି ଯେତେ ମୁଁ କହୁଛି

ସ୍ମୃତି ,,ତୁମେ ଭିଡ଼ି ଧର।।

ମଳୟ ବହୁଛି ପ୍ରତିକୂଳେ ଆଜି

ସ୍ପନ୍ଦନ ଗଲାଣି ଥମି ।

କୁଢ଼ କୁଢ଼ ସ୍ବପ୍ନ ଜମାଟ ବାନ୍ଧିଛି

ହୃଦୟେ ରହିଛି ଜମି ।।

ହୃଦୟର ତଂତ୍ରି କମ୍ପିତ ହେଉନି

ରୋମାଂଚ ଖେଳୁନି ମନେ।

ତଥାପି କାହିଁକି ତୋ ସ୍ମୃତି କାନନେ

ବିଚରେ ମୁଁ ରାତି ଦିନେ ।।

ତୋ ଦଂଶନ ଜ୍ବାଳା ଅସହ୍ୟ ଯନ୍ତ୍ରଣା

ଯଦିବି ପାରୁନି ସହି।

ଜାଣେନା କାହିଁକି ମନର ଝରକା

ଖୋଲିକି ରଖିଛି ମୁହିଁ ।।

ଗୋପାଳପୁର,ଭୋଗରାଇ ,ବାଲେଶ୍ବର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍