STORYMIRROR

Mamatamanjari Das

Others

3  

Mamatamanjari Das

Others

ସମ୍ପର୍କ ହେଲାଣି ନିଥର

ସମ୍ପର୍କ ହେଲାଣି ନିଥର

1 min
144

ସମ୍ପର୍କଟା ଏବେ ହେଲାଣି ନିଥର

ନାହିଁ ସ୍ନେହ ପ୍ରୀତି ଛିଟା

ଫୋନ୍ ରେ ହୁଏ ସମ୍ପର୍କ ସଉଦା

ହୁଏ ସ୍ନେହ ପ୍ରୀତି ବଣ୍ଟା ।


ନବ ବଧୁଟିଏ ଓଢ଼ଣା ଟାଣି

ପାଣିଢାଳ ଧରି ଅତିଥି ମାନଙ୍କୁ

ପାଛୋଟି ନିଏନି ଆଉ

ଦୋଳଯାତ କିମ୍ବା ପର୍ବ ପର୍ବାଣିରେ

ଘରେ ବନ୍ଧୁ ଙ୍କ ଗହଳି

ଲାଗେନାହିଁ ହାଉ ଯାଉ ।


ଉଡାଣ୍ ରେ ଏବେ ସମସ୍ତେ ବ୍ୟସ୍ତ

ସମୟ ନାହିଁ କାହାର

ଲାଗୁଛି ଯେମିତି ସମ୍ପର୍କଟା ଏବେ

ପାଲଟିଛି ଘୋଡା ବେପାର।


ଏହିପରି ଯଦି ସମ୍ପର୍କର ନାଆ

ବିନା ଆହୁଲାରେ ଚାଲିବ

ଧନ ଦଉଲତ ସବୁଥିବ ପାଖେ

ହେଲେ ବନ୍ଧୁ କେହି ପାଖେ ନଥିବେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍