STORYMIRROR

Sudhir Kumar Panda

Others

3  

Sudhir Kumar Panda

Others

ସମ୍ବିଧାନ

ସମ୍ବିଧାନ

1 min
238


ତନ୍ତ୍ରେ ତନ୍ତ୍ରେ ଗଣତନ୍ତ୍ର କରଇ ସ୍ବତନ୍ତ୍ର

ସମ୍ବିଧାନେ ଗଢା ହେଲା ଜାତି ମୂଳମନ୍ତ୍ର।

ସେହି ମନ୍ତ୍ରେ ଉଦବୁଦ୍ଧ ସମଗ୍ର ଭାରତ

ସ୍ବାଧୀନତା ପରବର୍ତ୍ତୀ ଜାଗୃତିର ଗୀତ।


ସମସ୍ତ ନାଗରିକଙ୍କୁ ସମାନ ବିଧାନ

ନିୟମରେ ରଖିବାକୁ ଗଢା ସମ୍ବିଧାନ।

ନିୟମର ଚିଠା ଲେଖା ଦେଶ ହିତ ପାଇଁ

ଆମ୍ବେଦକର ଓ ସାଥୀ ରୂପ ଦେଲେ ଥୋଇ।


ସମ୍ବିଧାନ ମୁଖବନ୍ଧ କରେ ତା ବୟାନ

ଗଣତନ୍ତ୍ର, ସାମ୍ୟବାଦ ସମସ୍ବରବାନ।

ସାମାଜିକ, ଆର୍ଥିକ ଓ ରାଜନୀତି ନ୍ୟାୟ

ସମାନତା, ଭାତୃଭାବ ନ୍ୟାୟ ସମ୍ମାନୀୟ।


ବୃହତ୍ତମ ସମ୍ବିଧାନ ଲୋଡେ ପ୍ରାଣ ନୂଆଁ

ସବୁ ନାଗରିକଙ୍କର ଦେଶଭକ୍ତି ଛୁଆଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda