ସଳିତା
ସଳିତା
1 min
207
ଜଳେନା ପ୍ରଦୀପ
ସହେନି ଦହନ
ବୁଝେନି ଯନ୍ତ୍ରଣା
ଜଳିବାରେ କେତେ ବ୍ୟଥା
ଜଳଇ ସଳିତା
ତିଳ ତିଳ ହୋଇ
ଘୃତରେ ଭିଜାଇ
ମାନି ପ୍ରକୃତି ର ପ୍ରଥା l
ଜଳିବା ଜାଳିବା
ଏକା ପରି ଲାଗେ
କେହି ବୁଝେନାହିଁ
ଜଳିବାରେ କେତେ ବ୍ୟଥା
ଲୁହ ଲୁଚିଯାଏ
ଘୃତ ସହ ମିଶି
ଅଦୃଶ୍ୟ ବେଦନା
ସଳିତାର ଆତ୍ମ କଥା l
ପ୍ରଦୀପ ପ୍ରଣୟେ
ବିଭୋର ଵିମଗ୍ନ
ପ୍ରୀତି ଫୁଲେ ବଶ
ଭୁଲିଯାଏ କ୍ଲୀଷ୍ଟ ଗାଥା,
ଅନ୍ତ ଯାଏ ଜଳେ
ନୀରବେ ନିଶ୍ଚଳେ
ଆଲୋକିତ କରି
ହଜାଇ ଅନ୍ଧାର ସତ୍ତା l