STORYMIRROR

Chittaranjan Lenka

Others

3  

Chittaranjan Lenka

Others

ସୀମା

ସୀମା

1 min
14K


ସୁନାକୁ ବିଶୁଦ୍ଧ କରିବା ସକାଶେ

ପୋଡିବାକୁ ହୋଇଥାଏ

ହେଲେ ସେହି ସୁନା ଅଧିକ ତାପରେ

ତରଳି ସତ୍ତା ହରାଏ

ଭଲ ଗୁଣ ସବୁ ପ୍ରସ୍ପୁଟିତ ହୁଏ

ପାଇଲେ କଷ୍ଟ ଆଘାତ

ହେଲେ ସେହି କଷ୍ଟ ଅଧିକ ହୋଇଲେ

ପରିସ୍ଥିତି ଅଣାୟତ୍ତ

ସବୁ କିଛି ହୋଇ ପାରଇ ସମ୍ଭବ

ରହିଲେ ସୀମା ମଧ୍ୟରେ

ହେଲେ ଯଦି ସୀମା ଲଙ୍ଘନ ହୋଇଲା

କିଛି ମଧ୍ୟ ଘଟିପାରେ

ଚିତ୍ତରଞ୍ଜନ ଲେଙ୍କା,କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍