STORYMIRROR

Bikesh Sahu

Others

0  

Bikesh Sahu

Others

ଶୂନ୍ୟତାର ଭାଷା

ଶୂନ୍ୟତାର ଭାଷା

1 min
519


ସମ୍ପର୍କ ତ ଏଠି ସାଜେ ନାଗଫାଶ

ବନ୍ଦି କରିଦିଏ ମାୟା କାରାଗାର

ସ୍ୱାର୍ଥ ବିଜଡିତ ପ୍ରତିଟି ହୃଦୟ

ଦେଇ ଚାଳେ ଖାଲି ବିଷ ଛଳନାର

ତଥାପି ତ ଆଜି ବଞ୍ଚିବାକୁ ହୁଏ

ସବୁତକ କୋହ ହୃଦୟରେ ଚାପି

ସକାଳର ଅପେକ୍ଷାରେ

ଶୂନ୍ୟତାର ଭାଷା ଅବୁଝା ହେଲେବି

ବୁଝିବାକୁ ଚେଷ୍ଟାକରେ......।

ନିତି ଝରେ ଏଠି ଲୁହର ଶ୍ରାବଣ

ଅତୀତର ସ୍ମୃତି କଲେ ରୋମନ୍ଥନ

ମଉଳେ ଆଶାର ଗୋଲାପ ଯେ ମୋର

ବଞ୍ଚିବାକୁ ଆଉ ଲାଗେ ନାହିଁ ମନ

ହଜିଯାଏ କୋଉ ଅଚିହ୍ନା ରାଇଜ କୋଣେ

ଅତୀତ ସ୍ମୃତିକୁ ଭୁଲିବାକୁ ନିତି

ପ୍ରଯତ୍ନ କରେ ମୁଁ କେତେ

ଶୂନ୍ୟତାର ଭାଷା ଅବୁଝା ହେଲେବି

ବୁଝିବାକୁ ଚେଷ୍ଟା କରେ ।

ଶବଦ ସାଉଁଟି ହୃଦୟରୁ ମୋର

ବସିପଡ଼େ ଧରି କଲମ କାଗଜ

କବି ନୁହେଁ ହେଲେ ଲେଖିଯାଏ କେତେ

ଅବୁଝା ଅଜଣା କବିତାର ପଦ

ନଥିଲେ ବି ଇଚ୍ଛା ଲେଖିବାକୁ ହୁଏ

ଏଇ ହୃଦୟର ଅକୁହା ସେ ଗୀତି

ଧଳା କାଗଜ ପୃଷ୍ଠାରେ

ଶୂନ୍ୟତାର ଭାଷା ଅବୁଝା ହେଲେବି

ବୁଝିବାକୁ ଚେଷ୍ଟା କରେ ।

@bikeshsahu


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍