STORYMIRROR

Rajabala Tripathy

Others

2  

Rajabala Tripathy

Others

ଶୂନ୍ୟର ସତ୍ୟତା

ଶୂନ୍ୟର ସତ୍ୟତା

1 min
13.3K


ତୁମେ ଅଛ...ମୁଁ ଅଛି

ସବୁ କିଛି ଅଛି ଏଠି ପୂର୍ଣ୍ଣ

ତଥାପି ବି ଲାଗେ ମୋତେ

କିଛି ନାହିଁ

କୁଛି ନାହିଁ

ଖାଲି ଶୂନ୍ୟ ମହାଶୂନ୍ୟ।।

ସେ ଶୂନ୍ୟତା ଭିତରେ

ଶୁଭି ଯାଏ ବଂଶୀର ସେ ଉଚ୍ଚାଟ ସ୍ୱର

ଦିଶି ଯାଏ ଆଲୋକର ଧାର।।

ହାତ ଠାରି କେହି ଜଣେ ଡାକେ

ଆ....ଚାଲି ଆ...।।

ଜାଣିନେ କେବଳ ମୁଁ

ମୁଁ କେବଳ

ତୋର ଏକାନ୍ତ ନିଜର

ତୋ ଆତ୍ମାର ଈଶ୍ୱର।।

ସବୁ ମିଛ ସବୁ କ୍ଷୀଣ ସ୍ଥାୟୀ

ବାନ୍ଧି ପାରିବୁନି

ଧରି ପାରିବୁନି

ଫିଟିଯିବ ବନ୍ଧନ

ଉଡିଯିବ ପ୍ରାଣପକ୍ଷୀ।।

ଯୁଗ ଯୁଗ ଯାଏଁ

ତୁ ମୋର କେବଳ ମୋର

ମୁଁ ସତ୍ୟ ମୁଁ ସତ୍ୟ ମୁଁ ସତ୍ୟ

ମିଛ ତୋ ଏ ନଶ୍ୱର ଶରୀର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍