ଶ୍ରୀପୟରେ ଦିଅ ସ୍ଥାନ
ଶ୍ରୀପୟରେ ଦିଅ ସ୍ଥାନ
1 min
219
ନଇବେଦ୍ୟ ଥାଳି ସଜାଡି ରଖିଛି
ତୁମ ପଦ ପୂଜା ପାଇଁ
ଥରୁଟିଏ ତାକୁ ଗ୍ରହଣ କରହେ
ପ୍ରଭୁ ବ୍ରହ୍ମାଣ୍ଡ ଗୋସାଇଁ ।
ସେ ଥାଳିରେ ଅଛି ମୋ ହୃଦୟର ଅର୍ଘ୍ୟ
ଆତ୍ମାର ଚନ୍ଦନ ଟିପା
ତୁମ ଶ୍ରୀ ପୟରେ ଲାଗି କରିଦେଲେ
ମନୁ ଛାଡି ଯିବ ଦକା ।
ଯାହା ଅଛି ସବୁ ସଅଁପି ଦେଲି ମୁଁ
ତୁମ ଶ୍ରୀପୟର ତଳେ
ଲୋଡା ମୋର ଖାଲି ତୁମ ଦରଶନ
ଜୀବନର ଶେଷ ବେଳେ ।
ତୁମେ ତ ବିଧାତା ଗତି ମୁକ୍ତି ଦାତା
ସବୁତ ତୁମର ଖେଳ
ଦିଅ ଟିକେ ସ୍ଥାନ ତୁମ ଶ୍ରୀପୟରେ
ଏତିକି ମୋ ନିବେଦନ ।
