STORYMIRROR

Pankajini Upadhaya

Others

3  

Pankajini Upadhaya

Others

ଶ୍ରୀଗଣେଶଙ୍କ ପ୍ରଭାତି ବନ୍ଦନା

ଶ୍ରୀଗଣେଶଙ୍କ ପ୍ରଭାତି ବନ୍ଦନା

1 min
13.3K


ଶ୍ରୀଗଣେଶଙ୍କ ପ୍ରଭାତି ବନ୍ଦନା

ଆହାଃ

ଆଜିର ସକାଳ

କେତେ ମଧୁଭରା

ପବିତ୍ରମୟ ସତ

ଜ୍ଞାନର ଦିପାଳୀ ଜଳୁଛି

ସର୍ବତ୍ର।

ଆକାଶେ ଜଳୁଛି

ଜୀବନ ଦିପାଳୀ

ଜ୍ଞାନର ଆଲୋକ ବୁଣି

ସନ୍ଦେଶ ଦେଉଛି

ହେ ଜଗତବାସୀ

ଜ୍ଞାନରେ ଉଠହେ ଜଳି

ପ୍ରଭାତି ସମୟ ତାମ୍ରମୟ ଦେଖ

ଅସ୍ତକାଳେ ସେହି ରୂପ

ଆନନ୍ଦେ ବିଭୋର

ବିଷାଦେ କାତର

ସୂର୍ଯ୍ୟ ଠାରୁ ସର୍ବେ ଶିଖ।

ଜ୍ଞାନର ଦିବସେ

ପ୍ରଜ୍ଞାର ଆଲୋକେ

ଆଲୋକିତ ହୁଅ ସର୍ବେ

ଅନ୍ଧକାର ହଟୁ

ଜୀବ ଜଗତରୁ

ପରସ୍ପରେ ଜ୍ଞାନ ବାଣ୍ଟୁ।

ଗଛ ଲତା ଠାରୁ

ପଶୁପକ୍ଷୀ ଯାଏ

ସଭିଏଁ ଜାଜ୍ବଲ୍ଯମାନ

ଜ୍ଞାନର କଣିକା ବିଞ୍ଚିଛି ସୂର୍ଯ୍ୟ

ଚଲାପଥ ଉଦ୍ଭାସିତ।

ନଦୀରେ ସଲିଳା

ଶରତ ସକାଳେ

ସୁବିମଳ ଜଳରାଶି

ସୂର୍ଯ୍ୟଙ୍କୁ ନମୁଛି

ନମନ ମୁଦ୍ରାରେ

ବନ୍ଧୁ ଏ ଜଳ ଅଗାଧ

ଜ୍ଞାନର ରାଶି

ମିଶିଯିବା ସଖା

ଏକାକାର ହେବା

ଗାଇବା ଜ୍ଞାନର ଗୀତି।

ବୌଦ୍ଧିକ ନୈତିକ

ସେ ପ୍ରଜ୍ଞାଲୋକ

ବିକାଶ ଆକାଶ ଛୁଉଁ ।

ଭକ୍ତିର ଆଲୋକ

ଦାଉ ଦାଉ ଜଳୁ

ସବୁରି ଅନ୍ତର ତଳୁ

ପ୍ରଭୁ ବିଘ୍ନାସନ

ବିଘ୍ନ ଦୂର କରି

ସ୍ବଚ୍ଛତାରେ ଭର ଅନ୍ତର।

ଜୟ ହେ ଗଣେଶ

ଆହେ ବିଘ୍ନ ନାଶ

ପ୍ରଭୁ ସିଦ୍ଧି ବିନାୟକ

ଗିରିଜା ନନ୍ଦନ ପ୍ରଭୋ

ନିଜ ଗୁଣ ଭାରେ

ଆଲୋକିତ କରି

ଦିଅ ସର୍ବେ ଶୁଭାଶିଷ

ସବୁ କ୍ଷେତ୍ରରେ ଆଗରେ ରହି

ହସୁ ଆମର ଭାରତ ବର୍ଷ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍