STORYMIRROR

Ambika Swain

Others

3  

Ambika Swain

Others

ଶ୍ରାବଣର ବର୍ଷା ଛିଟା

ଶ୍ରାବଣର ବର୍ଷା ଛିଟା

1 min
14K


ଶ୍ରାବଣ ର ବର୍ଷା ଛିଟାରେ

ଭିଜିବାକୁ ଭାରି ଭଲ ଲାଗେ

ଖେଳିବାକୁ ଲାଗେ ମଜା

ଗାଁ ଦାଣ୍ଡର ସେ କାଦୁଅ ଚପର ଚପର

ଗୋଳିଆ ପାଣିର ସୁଅରେ ....

ପିଲା ଦିନର ସେ ଚୁଲବୁଲି ଚପଲାମି

ଅମାନିଆ ମନରେ.

ବସ୍ତାନି ପକାଇ କାନ୍ଦରେ

ସ୍କୁଲ ରୁ ଫେରିବା ବାଟରେ

ପାଦ ଛିଟକାଇ କାଦୁଅରେ

ନାଚି ନାଚି ଖେଳିବାକୁ ଭାରି ମଜା ଲାଗେ

ଓଦା ଓଦା ସର ସର ଦେହରେ ....!!!

ବର୍ଷା ଯଦି ବର୍ଷୁଥାଏ

ହାତରେ ନ ଥାଏ ଛତାଟିଏ

ସାଥିରେ ଥାଏ ସାଥୀଟିଏ

ସେତେବେଳେ ଆକଟ କରିବାକୁ

ବାପା ମା ନଥାନ୍ତି ପାଖରେ .....

ମନଭରି ଭିଜିବାକୁ ଭାରି ଭଲ ଲାଗେ

ଝିପି ଝିପି ବର୍ଷାର ବିନ୍ଦୁ ବିନ୍ଦୁ ବାରୀରେ

ଚାତକ ସଦୃଶ ଆକାଶକୁ ଚାହିଁ

ପାଟି ଆଁ କରି ବର୍ଷା ଜଳ ପିଇବାର ଇଛା

ଗୋଳିଆ ପାଣିରେ କାଗଜ ଡ଼ଙ୍ଗା ଭସାଇବାର ମୋହ

ହାତ ପାପୁଲିରେ ସାଧବବୋହୁ ଧରି

ଖେଳିବାର ସଉକ

ଆଜି ବି ଉଜିବିତ ମନରେ। ..

ଆହାଃ .ଆସନ୍ତା କି ସେଦିନ ଫେରି ସତରେ ...!

ଅମ୍ବିକା ସ୍ଵାଇଁ!


Rate this content
Log in