STORYMIRROR

Pankajini Upadhaya

Others

3  

Pankajini Upadhaya

Others

ଶକ୍ତି

ଶକ୍ତି

1 min
13.5K



ପଙ୍କଜିନୀ ଉପାଧ୍ଯାୟ

ଅରଙ୍ଗାବାଦ

..............

ଆହେ ବିକର୍ତ୍ତନ

ହେ ଦିବ୍ୟରାଶି ସମ୍ପର୍ଣ୍ଣ

ସକଳ ଶକ୍ତିର ଆଧାର

ଦିବ୍ୟ ଚେତନାରେ ଚୈତନ୍ଯଦାତା

ସତରେ ତୁମେ ମହାନ।


ହେ ତପନ

ତୁମ ବିନା ସୃଷ୍ଟି ନା ସ୍ଥିତି

ତୁମେ ପ୍ରେମ

ତୁମେ ପ୍ରଳୟ

ତୁମେ ସଗୁଣ

ପୁଣି ନିର୍ଗୁଣ।


ସୃଷ୍ଟିର ଆରମ୍ଭରୁ

କେଉଁ ଆବହମାନ କାଳରୁ

ତୁମର ଉପସ୍ଥିତି

ତା'ର ହିସାବ ତାଙ୍କୁ ହିଁ ଜଣା

ସେଇ ପରମେଶ୍ବରଙ୍କୁ ହିଁ ଜଣା।


ସବୁବେଳେ

ସ୍ଥିର ଦିପ୍ତୀବନ୍ତ

ଚିର ଭାସ୍ବରମୟ

ଉଜ୍ବଳର ଉଜ୍ବଳିମାରେ

ସାରା ଜଗତକୁ ଉଦ୍ଭାସିତ କର।


ପ୍ରତିଟି ଜୀବର

ଏକ ଅବିଚ୍ଛେଦ୍ଯ ଅଙ୍ଗ

ପ୍ରାଣ ସଞ୍ଚାରକ

ଆପଣଙ୍କ ବିନା

ଅସମ୍ଭବ ସୃଷ୍ଟି

ଅସମ୍ଭବ ସୃଷ୍ଟିର କଳ୍ପନା।


ଆପଣଙ୍କ

ମହାନତା ପାଖରେ

ପ୍ରଣିପାତ କରେ

କର୍ତ୍ତବ୍ଯନିଷ୍ଠାର ତୁଳନା ନାହିଁ ତୁମର

ସମୟାନୁବର୍ତ୍ତିତାର

ମୂର୍ତ୍ତି ମନ୍ତ ଅବତାର ତୁମେ।


ଭେଦ ଭାବ

ଆପଣଙ୍କର ନାହିଁ

ଆପଣଙ୍କ ତେଜରାଶୀ

ସର୍ବତ୍ର ପ୍ରତିୟମାନ

ବାସ୍ନାବହୁଳ ଉପବନ ହେଉ

ବା ପୂତିଗନ୍ଧମୟ ନର୍ଦ୍ଦମା ହେଉ

ସବୁଠି ଆପଣଙ୍କର ଅବାଧ ପ୍ରବେଶ।


ବନ୍ଦନୀୟ

ଆପଣ ସର୍ବଠାରେ

ସେ ସୃଷ୍ଟିର ଶ୍ରେଷ୍ଠ ଜୀବ

ମାନବ ହେଉ

ବା ନରକର ଘୃଣ୍ଯ କୀଟ ହେଉ

ସମସ୍ତଙ୍କ ଆଧାର ଆପଣ

ଆପଣଙ୍କ ବିନା

ସେମାନଙ୍କ ସ୍ଥିତି ନା ବିସ୍ତୃତି।


ଆଜିର

ପବିତ୍ର ବେଳାରେ

ଶନିମାତାଙ୍କ ପୂଜା ଅବସରରେ

ଶୁଭ ସକାଳର

ଶୁଭ ଆଗମନରେ

ଏ ପାବନ ମୁହୂର୍ତ୍ତରେ

ଶତବାର ପ୍ରଣାମ କରି

ଆତ୍ମନିବେଦନ କରିବି

ସୃଷ୍ଟିର କଲ୍ୟାଣ ସାଧିତ ହେଉ

ସୁଖ ଶାନ୍ତି ବିରାଜମାନ କରୁ

ଶାନ୍ତି ମୈତ୍ରି ପ୍ରୀତି ସୂତ୍ରରେ

ସମସ୍ତେ ବାନ୍ଧି ହୁଅନ୍ତୁ।

ॐ ସୂର୍ଯ୍ୟାୟ ନମଃ

ॐ ଆଦିତ୍ଯାୟ ନମଃ

ॐ ବିକର୍ତ୍ତନାୟ ନମଃ

ॐ ଭାନବେ ନମଃ

ॐ ॐ ॐ ॐ ॐ ॐ ॐ

ॐ ସର୍ବଦେବାୟ ନମଃ।


Rate this content
Log in