STORYMIRROR

Sudhir Kumar Panda

Others

3  

Sudhir Kumar Panda

Others

ଶୀତଳ ଅନ୍ଧାର

ଶୀତଳ ଅନ୍ଧାର

1 min
178


ଜାଣେନା ସେ କାହାପାଇଁ 

ସାରାରାତି 

ରଖୁଛି ସଜାଇ

ସବୁ ରାତି ଅମାବାସ୍ୟା 

ଜହ୍ନ ଏଠି 

ଆସିବାର ନାହିଁ ।


ଖୋଲା ମେଲା ଆକାଶରେ

ରାତି ହେଲେ

ଜହ୍ନ କେବେ ଆସେ

ଅନ୍ଧକାର ଗମ୍ଭିରୀରେ 

କିଏ କେବେ 

ଚାନ୍ଦିନୀ ପରଶେ ? 


ଲକ୍ଷ୍ୟ ନାହିଁ ପକ୍ଷ ନାହିଁ 

ଗମ୍ଭିରୀର 

ନାହିଁ ତ ଗବାକ୍ଷ 

ଅନ୍ଧାରକୁ ସାଥିକରି 

ଜହ୍ନ କିବା 

ଦେଖିବ ପ୍ରତ୍ୟକ୍ଷ ।


ଆଶା ନାହିଁ ଦିଶା ନାହିଁ 

ସବୁ କେବେ

ଗଲା ହଜି ସରି 

ଅନ୍ଧାରର ଜୀବନଟି

ଅନ୍ଧାରରେ 

ଯାଏ ମରି ମରି। 


ମନ ଖୋଲ ଆଖି ଖୋଲ

ଖୋଲି ଦିଅ 

ନିଭୃତ ବାସନା 

ଜହ୍ନ ଦ୍ବାରେ ଅପେକ୍ଷାରେ 

ତେଜି ଆସ

ଗମ୍ଭିରୀ ଅସନା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda