STORYMIRROR

Sudhir Kumar Panda

Others

3  

Sudhir Kumar Panda

Others

ଶୀତ ସକାଳ

ଶୀତ ସକାଳ

1 min
224

ଶୀତୁଆ ସକାଳ

ସୂର୍ଯ୍ୟ ଉଆଁ ବେଳ

ପୂରବୁ ସୁରୁଜ ଆସେ

ଶିଶିର କଣିକା

ଘାସ ଗାଲିଚାରେ

ମୁକ୍ତା ବିନ୍ଦୁ ସମ ଦିଶେ।

ସୁନାର ଗାଲିଚା

ଧୀରେ ଧୀରେ ଦେଖ

ରୁପାର ଗାଲିଚା ହୁଏ

କଅଁଳ ଖରାରେ

ହଜିଗଲା ବେଳେ

ଗାଲିଚା ଉଭେଇ ଯାଏ।

ସୁଲୁ ସୁଲୁ ବାଆ

ପୁଲକାଏ ହିଆ

ଘୋଡା ଘୋଡି ହେବା ମନ

ସକାଳ ଖରାଟା

ହିତକାରୀ ବୋଲି

ବାହାରେ ମନ ପ୍ରସନ୍ନ।

ମଳୟ ହିଲ୍ଲୋଳ

ମନଟା ଚଞ୍ଚଳ

ଉଷୁମ ପରଶ ଚାହେଁ

ଚାହା ପିଆ ହେଉ

ଅବା ନିଆଁ ପୁଆଁ

ଶୀତୁଆ ସକାଳେ ଜିଏଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda