STORYMIRROR

Mamatamanjari Das

Others

3  

Mamatamanjari Das

Others

ଶୀତ ସକାଳ

ଶୀତ ସକାଳ

1 min
390

ଶୀତ ସକାଳରେ ଧଳା ଚଦରରେ

ଘୋଡେଇ ହେଲେ ଧରଣୀ

ଲାଗେ ସତେଅବା ଏ ଧରା ପୃଷ୍ଠକୁ

ଓହ୍ଲାଇ ଆସିଛି ପରି ରାଣୀ ।

କୁହୁଡିରେ ଘେରା ଶୀତ ସକାଳ ଟି

ଉଷୁମ ଚଦର ତଳେ

ବାଟୋଇଟି ଯେବେ ଚାଲୁଥାଏ ବାଟ

ଘାସ ଗାଲିଚାରେ କାକର ର ବିନ୍ଦୁ

ମୁକ୍ତା ଭ୍ରମ ସୃଷ୍ଟି କରେ ।

ଥୁରୁ ଥୁରୁ ହୋଇ ଆଈ ବୁଢ଼ୀ ଯେବେ

ନିଆଁ ଟିକେ ଜାଳି ଦିଏ

ହାତ ଗୋଡ ସେକି ସେ ନିଆଁ ଧାସରେ

ଦେହଟା ଉଷୁମ ହୁଏ ।

ଶୀତ ସକାଳରେ ସୁନେଲି ଆଭାରେ

ହସଇ ସୋରିଷ କ୍ଷେତ

ଦୂରରୁ ଦିଶଇ ସୁ ସଜ୍ଜିତ ହୋଇ

ବସିଛନ୍ତି ଲକ୍ଷ୍ମୀ ମାତ ।

ଶୀତୁଆ ସକାଳ ସବୁଠାରୁ ମଧୁର

ଉପମା ତାହାର ନାହିଁ ।

ଶୀତ ସକାଳ ରେ କବି ହୋଇ ଭାବୁକ

କେତେ କବିତା ଲେଖଇ ।



Rate this content
Log in