ଶହୀଦ ଆମ ଓଡ଼ିଆ ପୁଆ
ଶହୀଦ ଆମ ଓଡ଼ିଆ ପୁଆ
ଭାରତ ମାତାର ସୁଜୋଗ ସନ୍ତାନ
ଦେଶର ରକ୍ଷା କରି
ଦେଶ ପାଇଁ ତୁମେ ଦେଇଗଲ ବଳି
ଜୀବନକୁ ବାଜି କରି ।
ଅକାଳରେ ଅବେଳରେ କାହିଁକି ଛାଡି
ଆମକୁ ପର କରି
ଜୀବନ ହରାଇ ପୁତ୍ର ଦୁଇ ଓଡିଶା
ବୀର ମାନ ରଖି କରି ।
ତୁମ ବୀର ଜବାନ ମାନଙ୍କ ବଳି
ମନରଖିବ ଇତିହାସ
ଗର୍ଵ ଗୌରବ ରଖିଗଲ ଆଜି
ଲେଖା ହେବ ଇତିହାସ
ଓଡିଶାର ଏହି ଦୁଇ ସୁପୁତ୍ରଙ୍କୁ
କରୁଛି ମୁଁ ପ୍ରଣିପାତ
ଦେଶର ଗୌରବ ଜାତିର ସୌରଭ
ଉତ୍କଳର ବରପୁତ୍ର
ଓଡ଼ିଆ ବୀର ହୋଇ ଛାତି ଦେଖାଇଛି
ରଖିଲ ଦେଶର ନାଆଁ
ମାଆ ପାଶେ ପୁଅ ଚାଲିଗଲା
ଅଝଟ ସେ ଅମାନିଆ ।
ଆଜି ତୋର ପୁଅ ପ୍ରଶନ୍ନ ମନୋଜ
ପୁଲଓ୍ବାମା ରଖିଲି ନାଆଁ
ନିଆଁ ସହ ଖେଳି ଦେଇଛନ୍ତି ପ୍ରାଣ
ରଖିଲେ ଭାରତ ନାଆଁ ।
ଦିନ ରାତି ସେହି ଦେଶକୁ ରକ୍ଷାରେ
ସୁରକ୍ଷାରେ ଥିଲେ ବ୍ରତୀ
ଦେଶଦ୍ରୋହୀ ପହଞ୍ଚି ଜାଇ ନେଲ
ମାଆର ପଣତ କତି ।
ଛାଡି ଯାଇଥିଲେ ଘରେ ପରିବାର
ପୁତ୍ର ସହ ମାଆ ପତ୍ନୀ
ଦୁର୍ଭାଗ୍ୟ ତାଙ୍କର ଫେରି ପାରିଲେନି
ଆଜି ଶହୀଦ ହୁଅନ୍ତି ।
କରିଥିଲେ ପଣ କରିଲେ ଶପଥ
ଶେଷ ରକ୍ତ ବିନ୍ଦୁ ଯାଏ
ନଛାଡିବେ ମାଟି ନଛାଡେ ଭାରତ କନ୍ୟାରୁ କାଶ୍ମୀର ଯାଏ
ଶତ୍ରୃର ଭୀଷଣ ବିଷ୍ଫୋଟକ ଯାନ
ହେଲା ବିସ୍ଫୋରଣ ମାନ
ଅଗ୍ନୀ ରେ ଗାଡି ପ୍ରକମ୍ପିତ ହେଲା ହେଲା ଖଣ୍ଡ ଖଣ୍ଡ ମାନ।
ଜଳିଗଲେ ସେତ ଆମ ବୀର ଜବାନ ହଟି ନଥିଲେ ମାଟିରୁ
କହ ମାଆ କୋଳ ଗଲା ଏ ବିଧବା
ଦୁଇ ବୀର ଗଲେ ଦେଶରୁ ।
କୋଟି ହୃଦୟରେ ଜାଗିଛି ସଙ୍କଳ୍ପ ପ୍ରତିଶୋଧର ନିଆଁ
ଧ୍ବଂସ ହେବ ସେ ଆତଙ୍କବାଦ ଆଡା ହସିବ ପୁଣି ଦୁନିଆ ।
ତୁମ ବଳିଦାନ ଯିବ ନାହିଁ ବ୍ୟର୍ଥ ଦେଶପ୍ରେମର ମାର୍ଗେ
କରୁଛୁ ତୁମର ଆତ୍ମା କମାନା ଶାନ୍ତିରେ ରହୁ ସ୍ବର୍ଗେ ।
ଆଜି ତମକୁ ହଜାଇ କାନ୍ଦୁଛି ଧରଣି
ତମ ବଳିଦାନ ମନେପଡେ
ସତରେ ଧନ୍ୟ ତୁମେ ଧନ୍ୟ ତୁମ ଜନ୍ମ
ଦେଶ ପାଇଁ ବଳି ପଡେ଼ ।
ତମ ପରିବାର ଦୁଖଃ ଦୁରକରିବାକୁ
ନାହିଁ ଆମ ସାମର୍ଥ୍ୟ
ତମ ଭଳି ବୀର ପାଇଁ ଦେଶ ବଞ୍ଚେ
କିଛି ନାହିଁ ତମ ସୂତ ।