STORYMIRROR

Mamatamanjari Das

Others

3  

Mamatamanjari Das

Others

ଶେଷ ଠିକଣା

ଶେଷ ଠିକଣା

1 min
433

ତୁ'ଯୋଉଠି ଥାଆ

ଚାନ୍ଦ ଟିଏ ହୋଇ ଥାଆ

ମୋ ଅଗଣାର ନୀଳ ଆକାଶରେ ,

ତୋର ସେ ଶୀତଳ ସ୍ପର୍ଶରେ

ମୋତେ ସେମିତି ଛୁଉଁଥା

ଆଉ ମହା ସାଗର ପରି ମୁଁ

ସେମିତି ଝୁରୁଥାଏ

ମିଠା ମିଠା ତୋର ସ୍ମୃତିର ଭଗ୍ନାଶକୁ ନେଇ।

ମୋ ଦୁଃଖର ଗଭୀରତା

ମାପି ତ ହେବନି

କିନ୍ତୁ

ତୋ ଓଠର ଧାରେ ମିଠା ହସର ସ୍ମୃତି

ମୋତେ ସବୁ ଭୁଲାଇ ଦେଉଥାଉ

ତୋତେ ଖୋଜୁ ଖୋଜୁ

ମୁଁ କେବେ ନହୁଏ ବାଟବଣା

କାହିଁକି ନା ତୁ'ପରା ମୋର

ଶେଷ ଠିକଣା ।

ଯୋଜନ ଦୂରରେ ଥାଇବି

ତୁ'ମୋତେ ନିତି ସଞ୍ଜବେଳେ

ଟିକିଏ ଦେଖୁଥା

ମୋ ହୃଦୟର ଶୂନ୍ୟ ଇଲାକାରେ

ବାସ ଚହଟାଇ

ମୋ ଆତ୍ମା କୁ ପରିତୃପ୍ତ ଟିକେ କରୁଥା

କିଛି ନହେଲେ ବି

ମୋ ଜୀବନର ଶେଷ ବିନ୍ଦୁ ଯାଏ

ମୋ କବିତାର ପ୍ରତିଟି ପଙ୍କ୍ତି ରେ

ଶେଷ ଠିକଣା ହୋଇ ରହିଯା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍