STORYMIRROR

Mamatamanjari Das

Others

4  

Mamatamanjari Das

Others

ଶେଷ ମୂହୂର୍ତ୍ତ ହେଉ

ଶେଷ ମୂହୂର୍ତ୍ତ ହେଉ

1 min
219


ତୁମ ନାମ ନେଲେ କଣ୍ଟା ଫୁଲହୁଏ

ଫୁଲରୁ ମିଳଇ ମୂର୍ଚ୍ଛନା

ସେହି ମୂର୍ଚ୍ଛନା ରେ ହଜିଯାଏ ମନ

ଜଣା ପଡେ ନାହିଁ

ଜୀବନ, ଜଂଜାଳ ଯାତନା।


ଛୋଟ ମୋର ଏଇ ଜୀବନ ବେଦୀରେ

ସଂକୀର୍ଣ୍ଣତା ବହୁ ଦୂରେ

ତୁମପାଇଁ ସେଠି ସଜାଇଛି କାହ୍ନା

ସତ କଦମ୍ବର ସମ୍ଭାର ।


ସେହି ମାଳାକୁ ମୁଁ ବିଛାଇ ଦେବି

ତୁମ ଚଲାପଥ ପରେ

ଗଭୀର ରାତ୍ରୀରେ ବିଳମ୍ବିତ ପଥେ

ଆସିବ ଯେବେ ମୋ ପୁରେ ।


ବିଛାଇ ଦେବି ମୁଁ କଦମ୍ବର ମାଳା

ଚନ୍ଦନ କୈବଲ୍ୟ ଦେଇ

ଲୋଟିଯିବି ତୁମ ଚରଣ ଯୁଗଳେ

ବୁହାଇ ଅଶ୍ରୁ ର ନଈ ।


ସେହି ମୂହୂର୍ତ୍ତ ଟି ମୋପାଇଁ ଗୋବିନ୍ଦ

ଶେଷ ମୂହୂର୍ତ୍ତ ହେଉ

ତୁମ ଚରଣରେ ମୋ ଜୀବନ ଦୀପ

ଚିରଦିନ ଲାଗି ନିର୍ବାପିତ ହୋଇଯାଉ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍