Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Others

4  

Mamatamanjari Das

Others

ଶେଷ ଅନୁରୋଧ ରହିଲା ମୋର

ଶେଷ ଅନୁରୋଧ ରହିଲା ମୋର

1 min
237



ସମସ୍ତେ କୁହନ୍ତି "ତୋ"ଶରଣ ବିନା

ଜୀବନରେ ମୁକ୍ତି ନାହିଁ

ହେଲେ ମୋ ହୃଦୟେ ଅଭିମାନ ଯେତେ 

"ତୁ" ଭରି ଦେଇଛୁରେ କଳା କହ୍ନେଇ ।


ଅଭିମାନ ମୋର ଦୂର କରିଦେ ରେ

ଆପଣାର ଭାବି ଥରେ

ଯାହା ଦେଇ ଥିଲୁ ସବୁତ ନେଇଛୁ

"ତୋ" ବିନା ଆଉ ମୋ କିଏ ଅଛିରେ ।


ବାହୁ ପ୍ରସାରିଣ ଥରେ ତୁ'ଡାକିଲେ

ଅଭିମାନ ସବୁ ଯିବି ମୁଁ ଭୁଲି

ଜୀବନର ମୋହ ଛାଡି ସାରିଲିଣି

ଲୋଡା ମୋର ଖାଲି ସରଧା ବାଲି ।


ବର୍ଷ ବର୍ଷ ହେଲା ଦେଖିନି ତୋତେ ମୁଁ

ଅଭିମାନ କେତେ ରହିଛି ସତେ

ସରଧା ବାଲିକି କରିଛି ପ୍ରତୀକ୍ଷା

କୋଳେଇ ନେବୁ ତୁ' କାଳିଆ ମୋତେ ।


ଫର ଫର ହୋଇ ଉଡୁଥିବ ନେତ

ସେ ନେତରେ ଥିବୁ ତୁ' ଜଗନ୍ନାଥ

ଦୂରରୁ ହେଲେ ବି ସେ ନେତ ଦେଖିଣ

ମୁକ୍ତି ପାଇଯିବ ଏ ଚର୍ମ ନେତ୍ର ।


ଜଳୁଥିବ ଜୁଇ ହୁ ହୁ ହୋଇ

ନେତ୍ର ଦେଖୁଥିବ ମୁରତୀ ତୋର

ବାହୁକୁ ମେଲାଇ କୋଳେଇ ନେବୁରେ

ଶେଷ ଅନୁରୋଧ ରହିଲା ମୋର ।




Rate this content
Log in