STORYMIRROR

Manash ranjan Pattanayak

Others

3  

Manash ranjan Pattanayak

Others

ସେ ଅଟେ ମୋ ହୃଦୟର

ସେ ଅଟେ ମୋ ହୃଦୟର

1 min
393


ପବିତ୍ର ରକ୍ଷା ବନ୍ଧନ

ବଳଭଦ୍ରଙ୍କ ଜନମ

ଖୁସିରେ ଆମେ ନିମଗ୍ନ 

ଭଉଣୀ ପାଖେ ମୋ ମନ

ଦେଇଛି ମତେ ସେ ରାଣ

ବଢାଇବ ମୋର ମାନ

ଭାଙ୍ଗିବନି ମୋ ସପନ

ଆସୁ ପଛେ ବାଧାବିଘ୍ନ

ମୁଁ ପରା ତୁମ ପରାଣ। ୦।


ସତ ମୁଁ କହୁଛି ତତେ

ବିପଦ ଆସିଲା ମାତ୍ରେ

ରକ୍ଷା କରିବି ପରତେ

ଆସୁ ଯେ ସଂକଟ ଯେତେ

ଟଳିବ କ୍ଷଣକେ ମାତ୍ରେ

ଖୁସି ତୁ ହେଇଛୁ କେତେ

ସାହା ହୋଇବେ ଆରତେ

 ବୁଝୁ କି ନବୁଝୁ ମତେ

ମୋ ଭଉଣୀ ଆସେ ଆସ୍ତେ। ୧।


ରାକ୍ଷୀର ପାଉଣା ପାଇଁ 

ଆସିଥିଲେ ସିଏ ଧାଇଁ 

ସଙ୍ଗେ କୋଟି ବତ୍ସ୍ର ନେଇ

କୁରୁସଭା ହେଲା ବାଈ

ଆରତ ତାରଣ ସେହି

ରକ୍ଷା କରିବେ ଗୋସାଇଁ 

ଭାବ ଭକ୍ତି ଦାନ ନେଇ

ଗହ୍ମା ପୂର୍ଣ୍ଣମୀ ଆସଇ

ଭଉଣୀ ଖୁସି ହୁଅଇ। ୨।


ଯେତକ ଭଉଣୀ ମୋର

ସହାୟ ହୁଅନ୍ତୁ ହର

ଶ୍ରାବଣର ଶେଷ ବାର

ବଳରାମକୁ ଜୁହାର

କରିବନି ମତେ ପର

ଭଉଣୀରାଣୀ ନିଜର

ବାନ୍ଧିଛି ରାକ୍ଷୀ ଶ୍ରଦ୍ଧାର

ନହୁଅ କେହି କଠୋର

ସେ ଅଟେ ମୋ ହୃଦୟର। ୩।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍