STORYMIRROR

Kamal Kumar Dash

Others

3  

Kamal Kumar Dash

Others

ସଢ଼େଇରେ ଭାତ

ସଢ଼େଇରେ ଭାତ

1 min
407



ଭାବିଲି ମୁଁ ଥରେ ଫେରିବାକୁ ମୋର

ଗଲା ସେଇ ପିଲା ଦିନେ

ସେଇ ବାଲି ଘରେ କଣ୍ଢେଇ ସାଥିରେ

ଖେଳିବାକୁ ମନେ ମନେ (1)

ସଢ଼େଇ ରେ ଭାତ ସଢ଼େଇରେ ଡାଲି

ଖାଲି ପାଣି ହୁଏ ଚାହା

ଖାଲି ପାତର ରେ ବାଲି ଭାତ ଡାଲି

ନ ଖାଇ ଲାଗେ ବଢିଆ (2)

ବାଲି ଗଦା କଲି ସଢ଼େଇ ଆଣିଲି

ଭାବିଲି ରାନ୍ଧିବି ଭାତ

ମୋର ଭାତ ଡାଲି ଖାଇବ ବା କିଏ

କିଏ ଅଛି ମୋର ମିତ (3)

ଖୁସିରେ ରାନ୍ଧିବ ନ ଖାଇ ହସିବ

ବୁଝାଇବ ପାଖେ ବସି

ଦୁନିଆଁ ବାଟରେ ଆଜି ସବୁ ଦୂରେ

ଫେରିଲି ମୁଁ ଘରେ ହସି (4)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍