STORYMIRROR

Sudhir Kumar Panda

Others

3  

Sudhir Kumar Panda

Others

ସ୍ବପ୍ନ ସାକାର ହେବା

ସ୍ବପ୍ନ ସାକାର ହେବା

1 min
244

ମନ ଆମ ଦିନ ରାତି ଦେଖୁଥାଏ ସପନ

ଆଖିଖୋଲି କିଛି ଦେଖେ କିଛି ମନକୁମନ

ତା' ଭିତରୁ କିଛି ଥାଏ ସତେ ପାଣି ଫୋଟକା

ଆଉକିଛି ବେକାରିଆ ସତ ହେଲେ ଖଟକା।


ମୋର ଛୋଟ ସ୍ବପ୍ନ ଥିଲା ଜୀବନର ଏପରି

ପାଠ ଯେବେ ପଢୁଥିଲି ସପନଟା କିପରି

କରିବିନି ଏ ଜୀବନେ ସରକାରୀ ଚାକିରୀ

ଗାଡି ଗୋଟେ ମିଳିଥିବ ବୁଲିବି ଘିରି ଘିରି।


ମୋ କାମଟି ମୋ ଅଧୀନ କରିବି ମୁଁ ସ୍ଵତନ୍ତ୍ର

କେହି କୂଟ କରିବନି ଦେଇ କାନରେ ମନ୍ତ୍ର

ଅଫିସରଟିଏ ହେବି ଥିବ ଜନସମ୍ପର୍କ

କର୍ମରେ ସନ୍ତୋଷ ଥିବ ଯେମିତି ମଧୁପର୍କ।


ସତରେ ଏମିତିଏକ ଚାକିରୀ ମୁଁ ପାଇଲି

ମନରେ ଥିଲା ଏ କଥା କବିତାରେ ଗାଇଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda