ସ୍ବପ୍ନ ସାକାର ହେବା
ସ୍ବପ୍ନ ସାକାର ହେବା
1 min
242
ମନ ଆମ ଦିନ ରାତି ଦେଖୁଥାଏ ସପନ
ଆଖିଖୋଲି କିଛି ଦେଖେ କିଛି ମନକୁମନ
ତା' ଭିତରୁ କିଛି ଥାଏ ସତେ ପାଣି ଫୋଟକା
ଆଉକିଛି ବେକାରିଆ ସତ ହେଲେ ଖଟକା।
ମୋର ଛୋଟ ସ୍ବପ୍ନ ଥିଲା ଜୀବନର ଏପରି
ପାଠ ଯେବେ ପଢୁଥିଲି ସପନଟା କିପରି
କରିବିନି ଏ ଜୀବନେ ସରକାରୀ ଚାକିରୀ
ଗାଡି ଗୋଟେ ମିଳିଥିବ ବୁଲିବି ଘିରି ଘିରି।
ମୋ କାମଟି ମୋ ଅଧୀନ କରିବି ମୁଁ ସ୍ଵତନ୍ତ୍ର
କେହି କୂଟ କରିବନି ଦେଇ କାନରେ ମନ୍ତ୍ର
ଅଫିସରଟିଏ ହେବି ଥିବ ଜନସମ୍ପର୍କ
କର୍ମରେ ସନ୍ତୋଷ ଥିବ ଯେମିତି ମଧୁପର୍କ।
ସତରେ ଏମିତିଏକ ଚାକିରୀ ମୁଁ ପାଇଲି
ମନରେ ଥିଲା ଏ କଥା କବିତାରେ ଗାଇଲି।
