STORYMIRROR

Sudhir Kumar Panda

Others

3  

Sudhir Kumar Panda

Others

ସ୍ବାଧୀନତା ଦିବସର ସୁକାମନା ନେବେ

ସ୍ବାଧୀନତା ଦିବସର ସୁକାମନା ନେବେ

1 min
383


ସ୍ବାଧୀନ ସ୍ବତନ୍ତ୍ର ସ୍ବପ୍ନ ସାକାରାର୍ଥେ ସଂଗଠିତ ସର୍ବେ

ଧାବନ୍ତି ଧର୍ମ ଧାରଣେ ଧୁରୀୟ ଧୃତିମାନ ଧୌର୍ଯ୍ୟେ 

ନବନାଦ ନିନାଦର ନିତ୍ୟ ନିମିତ୍ତ ନିଶ୍ଚୟେ

ତାରକ ତାନ ତନ୍ମୟେ ତାରଇ ତାମସ ତୂର୍ଯ୍ୟେ।


ଦିବାକର ଦିଏ ଦାନ ଦୀପ୍ତ ଦାୟକ ଦିବ୍ୟତା 

ବହୁଶ୍ଚ ବରଣେ ବୁଦ୍ଧି,ବୃଦ୍ଧି; ବନ୍ଧମୁକ୍ତ ବିବଶତା

ସରସ ସୁନ୍ଦର ସଂସାର ସାଧ୍ୟେ ସାଧନା ସକଳ

ରବେ ରସମୟ ରହୁ,ରସାତଳେ ରାଜୁ ରଙ୍ଗମାଳ।


ସୁକୃତେ ସୁଖ ସୁଗମେ, ସୁଦୃଶ୍ୟ ସୁଧୀ ସୁକର୍ମେ 

କାୟେନୋବାଚେ କରନ୍ତି କାଳ କରାୟତ କର୍ମେ

ମନେ ମାତୃସେବା ମର୍ମ, ମୃଗନାଭୀ ମତ୍ତ ମାନସ

ନାଶନ୍ତି ନକାର ନର୍କ,ନମଃ ନର-ପୁଙ୍ଗବ ନମସ୍ୟ।


ନେତ୍ରାମ୍ବୁ ନୈରାଶ୍ୟ ନାଶି, ନ୍ୟସ୍ତେ ନୈସର୍ଗିକ ନ୍ୟାୟ

ବେଦନା ବିହୀନ ବେଳ, ବେଷ୍ଟିତ ବୈଚିତ୍ର ବିଶ୍ବ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda