STORYMIRROR

Sudhir Kumar Panda

Others

3  

Sudhir Kumar Panda

Others

"ସୈନିକ" - ଏକ ସନେଟ୍

"ସୈନିକ" - ଏକ ସନେଟ୍

1 min
482




ସୈନିକ ତୁମେ ମାଟି ମା ସୁପୁତ ତୁମରି ତୁଳନା ନାହିଁ

ତୁମ ବଳି ଦାନେ ଦେଶ ବଞ୍ଚିଥାଏ ତୁମବିନା ସ୍ଥିତି କାହିଁ।

ସୟନେ ସପନେ ଅବା ଜାଗରଣେ ତୁମରି ସଜାଗ ଆଖି

ତପ୍ତ ଅଶାନ୍ତ ଧରିତ୍ରୀରେ ଆଣ ତୁମେ ଶୀତଳତା ମାଖି।


ଦେଶ ମାତୃକାର ସେବା ପାଇଁ ତୁମେ ଛାଡି ଘରଦ୍ବାର ସାଥି

ବଳିଦାନ ଦିଅ ସୁଖ ବଇଭବ, ସୁରକ୍ଷା କର୍ମ ସାରଥୀ।

ଦେଇ ଆଶ୍ବାସନା ଟାଳ ବିଡମ୍ବନା ଦିଅ ଜନତାଙ୍କୁ ସୁଖ

ବିଶ୍ବଯେ କରଇ ତୁମରି ବନ୍ଦନା ହରିଥାଅ କେତେ ଦୁଃଖ।


ସବୁ ଦୁର୍ବିପାକେ ତୁମକୁ ଡାକରା, ନିମିଷେ ହୁଅ ହାଜର

ଜୀବନକୁ ତୁମ ଭୃକ୍ଷେପ ନକରି କର୍ମ କର ତତପର।

ସକଳ ତନ୍ତରୀ ଅମଲା ମନ୍ତରୀ ତୁମରି ସୁରକ୍ଷା ପାଇ

ଜୀବିକାବୋଧରେ ଅତି ଅବାଧରେ ଡିଣ୍ଡିମ ପିଟୁଥାଇ।


ସୈନିକ ଭାଇ ସହସ୍ର ସଲାମ ତୁମରି କର୍ତ୍ତବ୍ୟ ପାଇଁ

ସେବା ପ୍ରବୃତ୍ତିର ତୁମେ ମହାଭବ ତୁମରି ତୁଳନା ନାହିଁ।


ରଚନା © : ସୁଧିର କୁମାର ପଣ୍ଡା, ବ୍ରହ୍ମପୁର 9337782912


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda