STORYMIRROR

Sudhir Kumar Panda

Others

2  

Sudhir Kumar Panda

Others

ସାରା ରାତି

ସାରା ରାତି

1 min
271




ସାରା ରାତି ଚିରି ଚିରି ଲେଖୁଥିଲି ଚିଠି

ଭାବନାରେ କଟି ଆଉ ଭାବନାରେ ମିଟି

ସାରା ରାତି ଅସୁମାରୀ ସ୍ବପ୍ନ ମିଠା ମିଠା

ଲେଖି ବସିଲେ ଯେ କେତେ ଲମ୍ବା ହେବ ଚିଠା।


ସାରା ରାତି ଆକାଶରେ ଦେଖୁଥିଲି ଜହ୍ନ

ଜହ୍ନ ତ ନଥିଲା ସିଏ ଥିଲା ତୁମ ମନ।

ସାରା ରାତି ଯେବେ ଯେବେ ଅଇନାରେ ହସେ

ତମ ହସ ହସ ମୁହଁ ଟିକକ ହିଁ ଦିଶେ।


ସାରା ରାତି ବହି ଧରି ଯେବେ ଦେଖୁଥାଏ

ଅକ୍ଷର ଉଭାନ ହୁଏ ତୁମରି ପ୍ରତ୍ୟୟେ।

ସାରା ରାତି ତୁମ ବାସ୍ନା ପୁରା ଘର ସାରା

ଜଡିତ ବ୍ଲାଙ୍କେଟ ଲାଗେ ତୁମେ ତୁମେ ପରା


ସାରା ରାତି ଭିଜୁଥିଲି ତୁମରି ପ୍ରେମରେ

ସକାଳ ହେଲା ଜାଣିଲି ଥିଲି ମୁଁ ଭ୍ରମରେ।


ରଚନା © : ସୁଧିର କୁମାର ପଣ୍ଡା, ବ୍ରହ୍ମପୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda