ସାନ୍ତାକ୍ଳସ୍
ସାନ୍ତାକ୍ଳସ୍
ଆସଆସ ପିଲେ ହାପି ମେରିଖ୍ରୀଷ୍ଟମାସ୍ l
ସ୍ୱର୍ଗ ରାଇଜୁ ଆସିଛି ଚାଚା ସାନ୍ତାକ୍ଲସ୍ l
ଲମ୍ବା ଧଳାଦାଢ଼ି ମୁଣ୍ଡେ ନାଲିଆ ପଗଡ଼ି l
ଲାଲ କୁର୍ତ୍ତା, ଚପକନ ପିନ୍ଧି ଅଛି ଭିଡ଼ି l
ନାନାଜାତି ଉପହାର ମିଠା,ଚକୋଲେଟ l
ହାତୀ,ଘୋଡ଼ା,ବାଘ,ଭାଲୁ,ଚିପ୍ସ,କଟଲେଟ l
ଈଶ୍ୱର ସୁନ୍ଦର ସୃଷ୍ଟି ହେ କୁନି କଳିକା l
ଈଶ୍ୱରଙ୍କ କାର୍ଯ୍ୟକର ଧ୍ୟାୟି ତାଙ୍କୁ ଏକା l
ଆସ ଆସ ପିଲେ ବାଣ୍ଟି ନିଅ ଉପହାର l
ବଡ଼ ହୁଅ ଭଲ ବିଦ୍ୟା ସାଧି ନିରନ୍ତର ।
ପର ଉପକାରେ ସଦା ରଖି ଥାଅ ମତି l
ଗୁରୁ ଗୁରୁଜନେ ସଦା କରୁ ଥିବ ଭକ୍ତି l
ମିଥ୍ୟା କୁବଚନ କେବେ ମୁଖେ ନକହିବ l
ବିନୟ ବଚନେ ଜନ ମନ ତୋଷୁଥିବ l
ଚଞ୍ଚଳ ସତର୍କ ସଦା ତେଜିବ ଆଳସ୍ୟ l
ସଦା ଧ୍ୟାନେ ରଖିଥିବ ପ୍ରଭୁ ଜଗଦୀଶ l
ପିଲାଏ ଦେଖାହୋଇବ ଆସନ୍ତା ବରଷ l
ମନେ ରଖିଥିବ କଥା ଚାଚା ସାନ୍ତାକ୍ଳସ୍ l
