STORYMIRROR

DrMousumi Parida

Others

4  

DrMousumi Parida

Others

ସାଲିସ ବିହୀନ

ସାଲିସ ବିହୀନ

2 mins
244


କେମିତି ତୁ ସହିପାରୁ ଚୁପଚାପ୍ ଯେତେକ ଆରୋପ, ଅନ୍ୟାୟ , ପ୍ରତିବାଦ ବି କରିଜାଣୁନା !

କେମିତି ତୁ ନିଜକୁ କରିପାରୁ ନିଃସହାୟ

ମୁକୁଳିବା ପାଇଁ ରାସ୍ତାଟେ ବି ଖୋଜିପାରୁନା !

ନିଜେ ଭାରିହୋଇ ଭାଂଗିପଡୁ ଆଥଚ କହିପାରୁନା - "ମୁଁ ନିର୍ଦ୍ଦୋଷ ବୋଲି" ! 

ଏକା ଏକା ନିଜ ଭିତରେ ଗୁମସୁମ୍

ଦେଖ୍ ତୋତେ ବେଢିବସିଛନ୍ତି ସେ ଦୁଇଜଣ,

ତୋ ଅସହାୟତା ଯାହାଂକୁ କଲବଲ କରେ

ଅର୍ଦ୍ଧ ଦଗ୍ଧ ପିଣ୍ଡଟେ ପରି।

ତୋ' ଉପରେ ଏମିତି କେତେ ଫାଇଲିନ୍, ହୁଦହୁଦ, ଫଣି ତାଣ୍ଡବ ରଚିଛନ୍ତି ଅକଳନୀୟ,

ତୁ କିନ୍ତୁ ନିର୍ବିବାଦରେ ବେଶ୍ ଜୀଇଁ ଶିଖିଗଲୁଥରୁଟେ ଅଭିଯୋଗ କଲୁନି ସେ ଈଶ୍ୱରଂକ ପାଖେ !

ତୁ ବି କଣ ଈଶ୍ୱରଂକ ପରି ପଥରଟେ

ଚୁପଚାପ୍ ସହିପାରୁ ସବୁତକ ଲାଞ୍ଛନା!


ଖୁସି କିଣିହୁଏନି ପ୍ରାଚୁର୍ଯ୍ୟ କିମ୍ବା ପ୍ରତିପତ୍ତି ବିନିମୟରେତୁ ଶିଖେଇଛୁ 

ଅନ୍ଧକାର ବିନିମୟରେ ଚିରୁଡାଏ ଆଲୁଅରେ କେମିତି ଦିନ ହୁଏ ରାତି ଆସେ

ଶାଂକୁଡି ଯାଏ ସୁଖ ତୁ ଚେତେଇଛୁ !

ଜୀବନର ବଡ ଅବଦାନ ତୁ

ତୋ ମନର କୋହତକ ମୋ ଆଖିରୁ ଝରୁଥାଉ

ମୋ ଭାଗର ସୁଖସବୁ ତୋତେ ଉଜ୍ଜ୍ବଳିତ କରୁଥାଉ ॥


ରୁଦ୍ଧ କୋଠରି ଭିତରେ ଶୁଭୁଛି ପ୍ରଖର ଶ୍ୱାସ

ସେ ତୋ ଭିତର ର କୋହ ନା ମୋ ଭିତରର ପ୍ରଳୟକିଏ ଭାଂଗୁଛି ! ସମୟ ନା ସ୍ଥିତି ?

ଏ ବୈକଲ୍ୟକୁ ନିଜ ଭିତରେ ଆବୁରି ପାରୁଥାନ୍ତି ଯଦି  କୁହୁଳନ୍ତିନି ବାରବାର ତୋ ଝୁଂଟିବାରେ!

ଭାବେ ତୋ ଚଲାପଥର ପତର ମୁଠାଏ ହୋଇପାରନ୍ତି ଯଦି ତୋ ପାଦରୁ ରକ୍ତ ଝରନ୍ତାନି !

ମୋ ଅସହାୟତା ଦେଖ୍ଯାବତୀୟ ନିପାରିଲାପଣରେ ମୁଁ ଜମିଯାଇଛି ପଥର ପରି ।

ଆଖିର ଲୁହ ବି ଜମାଟ ଗୋଟେ ଚମତ୍କାରିତାର

ଅପେକ୍ଷାରେ ବିତୁଛି ମୁହୂର୍ତ୍ତ

ଏଇ ତ ଈଶ୍ୱର ଓ ମୋ ଭିତରର ସର୍ତ୍ତ ॥


ତୋ' ସମର୍ପଣ ଦିଶେନି ଆଖିରେ

ତୋ'ର ଧୈର୍ଯ୍ୟ ମନକୁ ମାଲୁମ୍ ପଡେନି

ବିପରୀତ ସ୍ଥିତିରେ ତୁ କଅଁଳିପାରୁ

ସବୁ ବିପତ୍ତି 'ଫୁ' କରି ଉଡାଇ ଆଶ୍ୱାସନା ଦେଇପାରୁ - "ସବୁ ଠିକ୍ ହୋଇଯିବ" ।

ତୋ ଭିତରେ ଆକାଶ ସତ୍ତା ମେଲାଏ ନା

ଆକାଶ ଭିତରେ ତୁ!

କେବେକେବେ ଲାଗେ ତୋତେ ଧାରଣ କରିବାକୁ ଅକ୍ଷମ ମୁଁ

ଦେ' ଏବେ ମୋ ସବୁ ଅପାରଗତା ପାଇଁ ମୋତେ କ୍ଷମା କରି ଦେ' ।

ହୀରାକୁ ସାଇତିବାର ପ୍ରଯତ୍ନ ମୋ ପାଖେ ଅଭାବ!


କେବେଦିନେ ବିଶ୍ୱାସ ମାପିବାକୁ ନିରୋଳା ମୁହୂର୍ତ୍ତଂକୁ ପଚାରିବୁ - ଭିଜିଯିବ ତୋ ଆଖି

କିଛି ସମୟ ପାଇଁ ହାତୁଡି ପାହାର ଶୁଭିବ ତୋ 

ଅନ୍ତରରୁ ଆଖି ଆଗେ ନାଚିଯିବ ଯାହା ରୂପ

ସେ ହିଁ ତୋ ବିଶ୍ୱାସ  ଏ ଜନ୍ମର।

ଥାପିନେବୁ ଶ୍ୱାସ ପ୍ରଶ୍ୱାସରେଲେପିଦେବୁ ମଥାରେ 

ସେତିକି ହିଁ ସଂପତ୍ତି ତୋର ଏ ଅବିଶ୍ୱସ୍ତ ସଂସାରରେ ॥ ( ସମାପ୍ତ )



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍