STORYMIRROR

DrMousumi Parida

Others

3  

DrMousumi Parida

Others

ମାଆ

ମାଆ

2 mins
117

ଦରଦରେ ଭରା ଦରଦୀ ହୃଦୟା

ସନ୍ତାନ ବତ୍ସଳା ମାଆ

ସର୍ବଂସହା ନାରୀ ବସୁମତୀ ପରି

ଦୁଃଖରେ ଜଳେ ତା ହିଆ।


ସମ୍ପଦା ବରଦା କର୍ମ ବ୍ଯସ୍ତ ସଦା

ଅତି ଧର୍ମପରାୟଣୀ

କଲ୍ଯାଣ କାରିଣୀ ସୁମଧୁର ବାଣୀ

ଅସୀମ ଗୁଣ କାହାଣୀ।


ଅତି ସୁଲକ୍ଷଣୀ ଦୁଃଖ ବିନାଶିନି

ଦାନ ଗୁଣେ ପରିପୂର୍ଣ୍ଣା

ମାଆ ଅନ୍ନପୂର୍ଣ୍ଣା ସ୍ବୟମ୍ ସମ୍ପୂର୍ଣ୍ଣା

ପ୍ରୀତିମୟୀ ପ୍ରୀତିପର୍ଣ୍ଣା।


ସର୍ବ ଗୁଣେ ଦକ୍ଷା ସବୁରି ସୁରକ୍ଷା

ପ୍ରେମ ପରିପୂର୍ଣ୍ଣ ମତି

ସୁନ୍ଦର ସୁଶିଳା ସୌରଭର ବଳା

ତ୍ଯାଗମୟୀ ତ୍ଯାଗୀ ସତି।


ସଂସାର ମଙ୍ଗଳ ସର୍ବ ସୁମଙ୍ଗଳ 

ସର୍ବ ଶାନ୍ତି ଦେବୀ ମୂର୍ତ୍ତି

କଲ୍ଯାଣ ବରଣୀ ସୁବାସ ଧାରିଣୀ

କାର୍ଯ୍ୟ କାରଣର ସୂତ୍ରୀ।


ସନ୍ତାନ ସନ୍ତତି ଗୁରୁଜନ ପ୍ରତି

ସମଭାବ ପ୍ରଦର୍ଶନ

କରିଥାଏ ଯତ୍ନ କନ୍ୟା ସିଏ ରତ୍ନ

ସମାଜର ନିଦର୍ଶନ।


ସର୍ବ ଯନ୍ତ୍ରଣାର ଲହୁ ଲୁହ ପିଇ

ସନ୍ତାନ ଗର୍ଭଧାରିଣୀ

ସୁସନ୍ତାନେ ଜନ୍ମ ସଂସ୍କାର ନିପୁଣ

ହୁଏ ସ୍ବାମୀ ସୋହାଗିନୀ।


ଓଷା ବାର ବ୍ରତ ସଂସାରର ହିତ

ଅପୂର୍ବ ମାନସିକତା

ପେଟ ଭୋକ ଶୋଷ ମୁଖେ ହସହସ

ବିରଳ ସୃଷ୍ଟି ସଂଘିତା।


ସୃଷ୍ଟିରେ ଅଲବ୍ଧ ମାଆ ପରି ଲବ୍ଧ

ମାଆ ହୃଦୟର ତାରା

ମାଆ ମହାମିତ ସୁଖ ଅସୀମିତ

ମାଆ ସୁକଲ୍ଯାଣୀ ପରା।


ମାଆ ବିନା ଗତି ନାହିଁରେ ସୁଗତି

ମାଆ ପାଦେ ଦଣ୍ଡବତ

ମାଆର ସମ୍ମାନ ଜଗତର ପ୍ରାଣ

ମାଆ ବିନା ନାହିଁ ସୂତ।



Rate this content
Log in