STORYMIRROR

Geeta Sarangi

Others

2  

Geeta Sarangi

Others

॥ ସାଇ ବନ୍ଦନା ॥

॥ ସାଇ ବନ୍ଦନା ॥

1 min
13.4K


॥ ସାଇ ବନ୍ଦନା ॥

ବଇଭବ ଯୋଗ ସୁଖ ସଉଭାଗ୍ୟ
ସଭିଙ୍କର ତ ନଥାଏ
ସାଇ ଅନୁଭବ ଅଟେ ବଇଭବ
ଭାଗ୍ୟ ଯାର ପାଏ ସିଏ ॥୦॥

ଆଖିରୁ ତାଙ୍କର କରୁଣାର ଧାର
ହାତରୁ ଆଶୀର୍ବାଦ
ସଦା ଝରିପଡେ ଦୁଃଖୀଜନ ପରେ
ସତେକି ମକରନ୍ଦ
ଶ୍ରଦ୍ଧା ସବୁରି ଅମର ବାଣୀ
ସାଇବାବା ଶିକ୍ଷା ଦିଏ ॥୧॥

ଭାବ ଅଭାବରେ ଥରେ ଡାକିଦେଲେ
ଶୁଣନ୍ତି ଭକ୍ତ ଡାକ
ଜାତି ଅଜାତିର ଧନୀ ଗରିବର
ଭେଦ ନାହିଁ ତ ତାଙ୍କ
ସାଇ କରୁଣା ନହୁଏ ଊଣା
ସଭିଙ୍କର ଶୁଭ ହୁଏ ॥୨॥

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍