STORYMIRROR

Sudhir Kumar Panda

Others

4  

Sudhir Kumar Panda

Others

ସାହିତ୍ୟର ପ୍ରଥମ ପ୍ରେରଣା

ସାହିତ୍ୟର ପ୍ରଥମ ପ୍ରେରଣା

1 min
314


ଗପ ଗୀତ ଏକାଙ୍କିକା ସାହିତ୍ୟ ଅନେକ

ଦିନ ରାତି ପଢିବାରେ ଥିଲା ମୋ ସଉକ

ଜ୍ଞାନ ଆହରଣ ସହ ମୋ ମନୋରଞ୍ଜନ

କରୁ ଥିଲା ଯେତେ ସବୁ ଏଇ ଉପାଦାନ।


ପଢାପଢି ସହ କିଛି ଲେଖିବାର ଇଚ୍ଛା

ମୋତେ ଇଚ୍ଛା ହେଉଥିଲା ଲେଖିବି କବିତା।

ଏଥି ପାଇଁ ମୋ ପ୍ରେରଣା ଥିଲେ ମୋ ଭଉଣୀ

ହାତରେ କଲମ ଆଉ ପ୍ରୋଚ୍ଛାହନ ଆଣି।


ଅସଜଡା ଭାବ ଭାଷା ସଜାଡି ରଖିଲେ

ବନାନ ଅଶୁଦ୍ଧି ଦେଖି ତାକୁ ସଜାଡିଲେ।

ଧିରେ ଧିରେ ଲେଖନୀ ମୋ ପରିପକ୍ବ ହେଲା

ଭାବ ଭାଷା ଅକ୍ଷରରେ ସଜଡା ହୋଇଲା।


ପ୍ରଥମ ଶିକ୍ଷାକୁ ମୋର କରି ଉତ୍ସାହିତ

ଗଠନମୂଳକ କଲେ ମୋହରି ସାହିତ୍ୟ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda