STORYMIRROR

shaikh mozahid mahatab

Others

3  

shaikh mozahid mahatab

Others

ସ୍ୱାଧୀନ ଭାରତ

ସ୍ୱାଧୀନ ଭାରତ

1 min
153

ଭାରତ ଦେଶ ସ୍ୱାଧୀନ ବୋଲି

ବିଶ୍ୱରେ ହୁରି ପଡୁଛି

ସ୍ୱାଧୀନ ଭାରତେ ନାରୀଟିଏ ଆଜି

ପରାଧୀନ ହୋଇ ରହିଛି


ସ୍ୱାଧୀନ ଭାରତେ ନାରୀଟିଏ ଆଜି

ଘୁରି ବୁଲିବାକୁ ଡରୁଛି

କେତେ ଭ୍ରୂଣହତ୍ୟା କେତେ ନାରୀହତ୍ୟା

ପ୍ରତିଦିନ ଏଠି ହେଉଛି


ଏସିଡି ମାଡ଼ରେ କିଏ କେଉଁଠାରେ

କଲବଲ ହୋଇ ସଢ଼ୁଛି

ଯୌତୁକ ଦାଉରେ କିଏ କେଉଁଠାରେ

ଛଟପଟ ହୋଇ ବଞ୍ଚିଛି


ଶଶୁର ଆଜି ରାକ୍ଷସ ସାଜି

ବୋହୁକୁ ଧର୍ଷଣ କରୁଛି

ରକ୍ଷକ ଏଠି ଭକ୍ଷକ ସାଜି

ନାରୀମାଂସ ଲୋଭି ହେଉଛି


ପାଞ୍ଚ ଛଅ ବର୍ଷର ଝିଅଟିଏ ବି

ଧର୍ଷଣ ଶିକାର ହେଉଛି

କେମିତି ବଞ୍ଚିବେ ସୁରକ୍ଷିତ ହେବେ

ନାରୀ ଜାତିରେ, ଭାଲେଣି ପଡିଛି


ସ୍ୱାଧୀନ ଭାରତେ ନାରୀଟିଏ ଆଜି

ଖେଳଣା ହୋଇ ଯାଇଛି

ତଥାପି ଆମେ ଗର୍ବରେ କହୁ

ଭାରତ ସ୍ୱାଧୀନ ହେଇଛି


ଯେଉଁଦିନ ନାରୀ ସୁରକ୍ଷିତ ହୋଇ

ସ୍ୱାଧୀନରେ ବଞ୍ଚିପାରିବ

ସେଇଦିନ ଠାରୁ ଆମରି ଭାରତ

ସମ୍ପୂର୍ଣ୍ଣ ସ୍ୱାଧୀନ ପାଇବ....


ହେ ଭାରତବାସୀ ଶପଥ କର

ନାରୀଙ୍କୁ ସମ୍ମାନ ଦେବ

ସମ୍ପୂର୍ଣ୍ଣ ସ୍ୱାଧୀନ ଭାରତ କୁ କରି

ସ୍ୱାଧୀନ ଦିବସ ପାଳିବ....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍