ରୂପ ଓ ଗୁଣ
ରୂପ ଓ ଗୁଣ
1 min
315
ରୂପରେ ନଦେଇ ଧ୍ୟାନ
ମାପ ବ୍ୟକ୍ତିର ଅନ୍ତର
ରୂପ ଲୁଟିଛି ଅନେକ
କ୍ଷଣସ୍ଥାୟୀ ଅଟେ ରୂପ
ଚିରସ୍ଥାୟୀ ଅଟେ ଭାବ,
ଉତ୍ତମ ଭାବ ବିଚାର
ଅନ୍ତରେ କରି ଧାରଣ
ବିତର ସାରା ସଂସାର,
ସୌନ୍ଦର୍ଯ୍ୟ ସହ ଯୌବନ
ସବୁକିଛି ତ ବେକାର
ନଥିଲେ ବିବେକ ବୋଧ,
ଅନ୍ତଃ ସୌନ୍ଦର୍ଯ୍ୟ ହିଁ ସାର
କାହ୍ନୁ କଳା ମଚ ମଚ
ଗୁଣରେ ଜିତି ଜଗତ
ହୋଇଲେ ଜଗତ ନାଥ।।
ଶିଶିର କୁମାର ପଣ୍ଡା, କଟକ।
