STORYMIRROR

PRASANTA MALIK

Others

3  

PRASANTA MALIK

Others

ରୂପ ଓ ଗୁଣ

ରୂପ ଓ ଗୁଣ

1 min
397

ରୂପ ନିମଗ୍ନାର ଉଦକ,ସନ୍ଦେହର ଆବାହକ

ଗୁଣ ପ୍ରତ୍ୟୁଷର ଆଲୋକ,ଶର୍ବରୀର ଶଶାଙ୍କ

ରୂପ ସରସୀର ସାରସ,ଧରେ ସହସ୍ର ବେଶ

ଗୁଣ ନିର୍ଦିଷ୍ଟ,ହିମ ସମ ତା'ର ବିନ୍ୟାସ


ରୂପ ସୌନ୍ଦର୍ଯ୍ୟର ମାପ କରେ

ଆଉ ଗୁଣ ଜୀବନ ଚରିତ୍ରର

ରୂପ ଏକରୁ ଏକର ପ୍ରଭେଦ ଖୋଜେ

ଗୁଣ ଖୋଜେ ଉପଯୁକ୍ତ ବ୍ୟକ୍ତିତ୍ବ


ରୂପ ସ୍ପୁରଣ ହୁଏ ମୁହୂର୍ତ୍ତକ ସକାଶେ

ଗୁଣ ସର୍ବଦା ଚିର ସବୁଜ

ରୂପ ଚକ୍ ଚକ୍ କରେ ମେକପ୍ ରେ

ହେଲେ ଗୁଣର ବର୍ଷାରେ ବେହାଲ ହୁଏ


ରୂପରେ ଖୋଜା ହୁଏ ତାଠାରୁ କିଏ ଅଧିକ

ଗୁଣ ବେଳେ ପଛକୁ ଫେରିବାକୁ ପଡେ

ରୂପର ଏକାକାର ରେ

ଗୁଣ ପାର୍ଥକ୍ୟ ଦର୍ଶାଇ ଦିଏ


ମଣିଷ ରୂପ ଦେଖେ ଗୋଟେ ପରେ ଗୋଟେ

ମଣିଷତ୍ୱ ଗୁଣ ଦେଖେ କୋଟିଏରେ ଗୋଟେ

ରୂପ ବେରୂପ ହୁଏ,ବଦଳି ଯାଏ,କାଳ କରାଳରେ

ଗୁଣ ଅମରତ୍ବ ପ୍ରଦାନ କରେ,ମରଣଶୀଳ ପରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍