STORYMIRROR

Pradeep Bandha

Others

3  

Pradeep Bandha

Others

ରଙ୍ଗ ରସିଆ

ରଙ୍ଗ ରସିଆ

1 min
14.6K


ଅଧା ଗଢା ଦେହ କେଡେ ସୁନ୍ଦର ଲୋ

ଆଖି ମୋ ଝଲସି ଯାଉଛି

ପ୍ରଭୁ କାଳିଆ କି ରଙ୍ଗେ ହସୁଛି......

ରଥରେ ବସିଛି ଦାରୁଭୁତ ହୋଇ

ବିଶ୍ୱ ବ୍ରହ୍ମାଣ୍ଡ ରେ ପୂଜା ପାଏ ସେହି

ନାଲି ପାଟ ତାକୁ ମାନୁଛି

ଦେଖ କାଳିଆ କି ରଙ୍ଗେ ହସୁଛି...

ଭକତ ଭିଡରେ ଝୁଲି ଝୁଲି ଆସେ

ନଟ ବର କଳା କହ୍ନେଇଁ

ପିରତିର ଭାବେ ଭକତ ନାଚନ୍ତି

କେତେ ରଙ୍ଗରସ ହେଇ

ରଥରେ ରଥରେ ରମ୍ଭା ଉର୍ବଶିଙ୍କୁ

କଣେଇ କଣେଇ ଚାହୁଁଛି

ଦେଖ କାଳିଆ କି ରଙ୍ଗେ ହସୁଛି.....

ଭାରି ଲାଜୁଆ ସେ ଚକା ଆଖିଆଟା

ଅଭିମାନ କେତେ କରୁଛି

ସବୁ ରାଗକୁ ସେ ଓଠ ତଳେ ଚାପି

ନାଲି ରଙ୍ଗ ଓଠେ ପିଂଧିଛି

ଦେଖ କାଳିଆ କି ରଙ୍ଗେ ହସୁଛି..

ହେ ପ୍ରଭୁ କାଳିଆ କି ରଙ୍ଗେ ହସୁଛି......॥


ମୋ...୮୦୭୨୭୮୩୨୨୦

ପ୍ରଦୀପ ବଂଧ.

ଭଦ୍ରକ .ବାସୁଦେବପୁର.

ରାଜଘର ପୋଖରୀ.


Rate this content
Log in