ରଜନୀଗନ୍ଧା
ରଜନୀଗନ୍ଧା
ନିଶି ସୁନ୍ଦରୀ ଗୋ
ବାସ୍ତବ ରୂପ ତ ଦେଖି ପାରିବିନି
ଛବିରେ ଦେଖି ତୁମକୁ
ଦର୍ଶନ ପିପାସା ମେଣ୍ଟିବ ଭାବୁଛି
ବୁଝାଇ ନିଜ ମନକୁ
ତୁମ ଛବି ନେଇ ସଜାଇ ଦେବି ମୁଁ
ରୂପସୀ ରମଣୀ ପରି
ଭରି ରହିଥିବ ଶୋଭାର ଭଣ୍ଡାର
ଡାକୁଥିବ ହାତ ଠାରି
ପ୍ରଦୋଷ ସୂରୁଜ ମଥାରେ ତୋଳିବି
ତlରକା କରି ଗହଣା
ଶଶୀ ମଥା ମଣି କପାଳେ ସଜାଇ
ନଚାଉଥିବେ ଝରଣା
ପ୍ରାଚୀ ପ୍ରତ୍ୟୁଷର ନାଲି ରଙ୍ଗ ନେଇ
ପାଦରେ ଅଳତା ବୋଳି
ଋତୁରାଜ ପୁଷ୍ପ ଗଭାରେ ସଜାଇ
କୁସୁମ ସୁବାସ ଢ଼ାଳି
କୋକିଳ ଗାଇବେ ମଧୁର ସଙ୍ଗୀତ
ମୟୂରୀ ନୃତ୍ୟର ତାଳେ
ଝିଙ୍କାରୀ ବୀଣାର ଶବ୍ଦ ଲହରୀରେ
ସାଧବ ବୋହୂଙ୍କ ମେଳେ
ରଜନୀଗନ୍ଧା ରେ ଘର ସଜାଇବି
ବlସୁ ଥିବ ମହ ମହ
ମଧୁପେ ମଧୁର ରାଗିଣୀକୁ ତୋଳି
ଚୁମିବେ ତୁମର ଦେହ
ଅଧର ପୃଷ୍ଠାରେ ଲେଖିବି କବିତା
ନାଲି ଲେଖନୀ କାଳିରେ
ମେଘ ମଲ୍ଲlରର ରାଗିଣୀ ତୋଳିବି
ପ୍ରେମ ପ୍ରଣୟ ରାଗରେ
ଭାବନା ବାହୁର ବନ୍ଧନେ ବାନ୍ଧିବ
ମୁଦିବ ତୁମର ଆଖି
ଥରି ଉଠୁଥିବ ଅଙ୍ଗ ଅବୟବ
ଉଷ୍ମ ପରଶକୁ ମାଖି
ଅଙ୍କ ପଲଙ୍କରେ ସୁଖେ ନିଦ୍ରା ଯିବ
ପ୍ରୀତି ହର୍ଷ ଉଲ୍ଲାସରେ
ଆସନ୍ଧ୍ୟା ରଜନୀ ପାହି ଆସୁଥିବ
ତୁମେ ଚାଲି ଯିବ ଦୂରେ
ନିଶି ସୁନ୍ଦରୀ ଗୋ... ତୁମରି ବିହୁନେ
କ୍ଷଣ ବିତେ ନିଃସଙ୍ଗରେ
କଣ୍ଟ ଦେଇଯାଅ ପୁଣି ଥରେ କେବେ
ଆସିବ ମୋ ଭାବନାରେ ।
କୁମୁଦ ଚନ୍ଦ୍ର ଦଳେଇ
ପୋଲସରା, ଗଞ୍ଜାମ
