STORYMIRROR

Mamatamanjari Das

Others

4  

Mamatamanjari Das

Others

ରହିବ କେବଳ ତୁମର ହୋଇ

ରହିବ କେବଳ ତୁମର ହୋଇ

1 min
250


କଣ ପାଇଁ ଜୀବନ ତମାମ୍

ଏତେ ହାର୍ ଜିତର ଖେଳ

ଭାଗ୍ୟ ଆଉ ଭବିଷ୍ୟତକୁ

କେହି କଣ କେବେ ଅଟକାଇ ପାରିବ ,,,

ସେତ ଅଦୃଶ୍ୟର ଏକ ନିଆଁ ଝୁଲ ।


ମାପିଛ କି କେବେ ସମୁଦ୍ରର 

ବିଶାଳ ଜଳରାଶିର ଗଭୀରତା,,,

ଏତେ ଜଳର ଅଧିକାରୀ ହୋଇ ବି

ନିଜର ତୃଷ୍ଣା ମେଣ୍ଟାଇବା ପାଇଁ

ଆକାଶକୁ ହାତପାତି ମାଗିବାକୁ ପଡେ

ଆଞ୍ଜୁଳାଏ ଜଳ।


ତା ହେଲେ ଜୀବନରେ ଏତେ

ଅହଙ୍କାର କଣ ପାଇଁ ,,

କଣ ନେଇ ଆସିଥିଲ ଯେ

ତାକୁ ପାଇବାକୁ ଏତେ ବ୍ୟାକୁଳ 

ପାରୁଛ ଜଦି ଇତିହାସ ସୃଷ୍ଟି କର

ଆଉ କାହା ହୃଦୟରେ

ଅଲିଭା ଗାରଟେ ହୋଇ ।


ଜୀବନଟା ତ ଏକ ନିଆଁର ଝୁଲଟେ

ଖସିବ ଯେବେ....

ସଞ୍ଚରି ଯିବ ଦେହରୁ ଦେହାବଶେଷ ଯାଏ

କ୍ଷଣିକରେ ପାଉଁଶ ହେବ

ଏ ସାରା ଶରୀର

ନା ଥିବ ଆତ୍ମବଡିମା ,

ନା ଥିବ ପାରିଲା ପଣିଆ ....

ଖାଲି ପଡି ରହିଥିବ 

ତୁମେ ଅର୍ଜିଥିବା ପୂଣ୍ୟର ଫଳ କିଛି

ଯାହା ତୁମ ନିଜସ୍ୱ ।


ଏଠାରେ ଆତ୍ମବଡିମାର ମାନେ କିଛି ନାହିଁ

ଆଜି ଯାହା ତୁମର ବୋଲି କହୁଛ

ସେ କାଲି ଆଉ କାହାର ଥିଲା

ତୁମ ପରେ ଆଉ କାହାର ହେବ

ପାରିବତ ଏମିତି କିଛି କରି

ଇତିହାସ ଲେଖ.....

ଯାହା ତୁମେ ଗଲା ପରେବି

ରହିବ କେବଳ ତୁମର ହୋଇ ।




Rate this content
Log in