STORYMIRROR

Mamatamanjari Das

Others

3  

Mamatamanjari Das

Others

ରାତ୍ରୀର ନାୟିକା

ରାତ୍ରୀର ନାୟିକା

1 min
204

ଗଙ୍ଗଶିଉଳି ମୁଁ ରାତିରେ ଫୁଟେ

ରାତିରେ ମଉଳି ଯାଏ

ସେହି କ୍ଷଣକର ସୁଗନ୍ଧରେ ମୋର

ଜଗତ ମହକି ଥାଏ।


ମୋ ସୁଗନ୍ଧରେ ବିଭୋର ହୋଇ

ଚାନ୍ଦ ବି ଉହୁଁକି ଚାହେଁ

ତାକୁ ଦେଖି ଦେଲେ ଖିଆଲି ମନ ମୋ

ଲାଜରେ ଝାଉଁଳି ଯାଏ ।


ଜନ୍ମ ସିନା ମୋର ରୂପ ରଙ୍ଗେ ଭରା

ହେଲେ ଅନ୍ଧାର ମୋ ଚିର ସହଚର

କେମିତି ଦେବି ଏ କଳୁଷିତ ମନ

ଯିଏ ହୋଇଛି ଆଉ କାହାର ।


ରାତ୍ରୀ ଅନ୍ଧାରରେ ତାରାଙ୍କ ମଳରେ

ନିତି କାମନା ନିଆଁରେ ଜଳେ

ସ୍ୱପ୍ନ ମୋର ସରେ ବାସର ଶେଯରେ

ମୁଁ ଜଳେ ଯନ୍ତ୍ରଣା ନିଆଁରେ ।


ରାତ୍ରୀର ନାୟିକା ହୋଇଥିଲେ ବି ମୁଁ

ଖୋଜେ ତୁମ ଉଷ୍ମ ଆଲିଙ୍ଗନ

ଥରୁଟିଏ ମୋତେ ଛୁଇଁ ଦିଅ ସାଥୀ

ମୁଁ ତୁମକୁ ସମର୍ପି ଦେବି

ମୋର ଏ ଖୀଆଲି ମନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍