STORYMIRROR

DILIP KUMAR SAHOO

Others

4  

DILIP KUMAR SAHOO

Others

ରାମଚଣ୍ଡୀ

ରାମଚଣ୍ଡୀ

2 mins
364


ଭଲା ରାମଚଣ୍ଡୀ ଭଲା ଲୋ 

ଗଲା ପାଣିଆଣି ଗଲା ଲୋ 

କଳାପାହାଡ଼କୁ ଦୁଆରେ 

ବସାଇ ସେ ଚଲିଗଲାରେ 

କଳସୀ କାଖେଇ କାଖରେ

ଗଲା ସିଏ ନଦୀ ପାଖରେ 

ମାଲୁଣୀ ବେଶରେ ଗଲାଟି 

ଆସିଲାନି ଆଉ ଲେଉଟି

କଳାପାହାଡ଼ ସେ ବିପ୍ରଟି 

ଆନ ଧର୍ମେ ବିଭା ହୋଇଟି 

ବିଧର୍ମୀ ତ ସେହି ହୋଇଲା 

ସମାଜରୁ ତଡା ଖାଇଲା 

ଶ୍ରୀକ୍ଷେତ୍ରକୁ ସିଏ ଆସିଲା

ପଣ୍ଡାଙ୍କଠୁ ଗାଳି ଶୁଣିଲା

ରାଗରେ ଉତ୍କଳ ବୁଲିଲା 

ମଠ ମନ୍ଦିର ସେ ଭାଙ୍ଗିଲା

କୋଣାର୍କ ମନ୍ଦିର ଭାଙ୍ଗିଟି 

ସମୁଦ୍ର କୂଳକୁ ଗଲାଟି 

ରାମଚଣ୍ଡୀ ପୀଠ ଦେଖିଲା 

ଭାଙ୍ଗିବା ପାଇଁକି ପଶିଲା 

ଠାକୁରାଣୀ ହୋଇ ମାଲୁଣୀ

କହିଲେ ଶୁଣ ବୀରମଣି

ଯାଉଅଛି ପାଣି ଆଣିବି 

ମାଆଙ୍କ ମାଜଣା କରିବି 

ମାଜଣା ମୁଁ ତ ଦେଲେ ସାରି 

କାମ ମୋହର ଯିବ ସରି 

ନହେଲେ ଦେବୀଙ୍କର କୋପ 

ହୋଇବ ମୋହର ଅନିଷ୍ଟ 

ତାପରେ ଯାହା ଇଚ୍ଛା କର

ଏତିକି ମୋତେ ଦୟାକର

ଅପେକ୍ଷା କର ବଙ୍ଗବୀର 

ଯାଉଛି ଆଣିବି ମୁଁ ନୀର

ବେଳ ତ ବଳେଇ ପଡିଲା 

ମାଲୁଣୀ ଆଉ ନଫେରିଲା 

କଳାପାହାଡ଼ ଅସ୍ତବ୍ୟସ୍ତ 

ଅପେକ୍ଷା କରି ସେ ଅତିଷ୍ଠ 

ରାଗରେ ବିଧର୍ମୀ ବ୍ରାହ୍ମଣ

କରିଲା ଖାଲି ଗରଜନ

କାହିଁ ତ ଗଲା ସେହି ନାରୀ 

ହାତେ କଳସୀ ତାର ଧରି

କଳାପାହାଡ଼ ତ ଚିହିଁକି 

ଦେଉଳ ଦୁଆର ଖୋଲିକି 

ଦେଖିଲା ଦେଉଳ ଖାଲିଟି 

ଠାକୁରାଣୀ ଗଲେ କାହିଁଟି 

ଦିଗ ଚଉଦିଗ ଖୋଜିଲା

ମୂରତୀ ଆଉ ନମିଳିଲା

କିଏ ସେ ଲୁଚେଇ ରଖିଲା 

ଭାବି ସେ ଅସ୍ଥିର ହୋଇଲା

ଯେଉଁବାଟେ ଗଲା ମାଲୁଣୀ 

ସେ ବାଟେ ଧାଇଁଲା ସେ ପୁଣି 

ସବୁ ଖାଲି ଖାଲି ଦିଶିଲା 

ଚୁଆ ଚନ୍ଦନ ତ ବାସିଲା 

କୁଶଭଦ୍ରା ନଦୀ ମୁହାଣ

ଜୁଆରିଆ ଥିଲା ସେଦିନ

ଦେଖିଲା ଭାସୁଛି କଳସୀ 

ଦେବୀ ମୂର୍ତ୍ତି ତହିଁ ହସୁଛି

କଳାପାହାଡ଼ ତ ବୁଝିଲା 

ଦେବୀଙ୍କ ମହିମା ହେଜିଲା 

ଅହଙ୍କାର ତାର ଭାଙ୍ଗିଲା 

କପାଳକୁ ତାର ନିନ୍ଦିଲା 

କାନ ମୁଣ୍ଡ ତାର ଆଉଁସି

ସେଇଠାରୁ ଗଲା ଲେଉଟି

ସେହି ଦେବୀ ରାମଚଣ୍ଡୀଟି 

କୋଣାର୍କର ଅଧିଷ୍ଠାତ୍ରୀଟି

କୁଶଭଦ୍ରା ନଦୀ ଯେଉଁଠି 

ସାଗରରେ ଯାଇ ମିଶିଛି 

ସେଇଠି ଦେବୀଙ୍କ ମନ୍ଦିର 

ଦିଶଇ ଆହାକି ସୁନ୍ଦର 

ଅପୂର୍ବ ଦେବୀଙ୍କ ମୂରତୀ

ହସ ହସ ତାଙ୍କ ମୁହଁଟି

ପୁତ ପବିତ୍ର ସେ ସ୍ଥାନଟି 

ମନରେତ ଶାନ୍ତି ଭରେଟି

ଶୁଦ୍ରମୁନି ଶାରଳା ଦାସ 

ଲେଖିଛନ୍ତି ମହାଭାରତ 

ସେ ମହାକାବ୍ୟରେ ବର୍ଣ୍ଣିତ 

ରାମଚଣ୍ଡୀଙ୍କର ଗାଥା ତ 

ଦୁର୍ଗାଙ୍କର ଅବତାର ସେ

ସଂସାର ପାଳନ୍ତି ହରସେ

ମହିମାମୟୀ ସେ ଦେବୀ ତ 

କ୍ଷାତିଯେ ଜଗତ ବିଦିତ

ଶ୍ରୀରାମ ସମୁଦ୍ର କୂଳରେ 

ଚଣ୍ଡୀଙ୍କୁ ସ୍ଥାପନା କରିଲେ 

ତେଣୁ ହେଲେ ରାମଚଣ୍ଡୀଟି 

ମହାଭାରତରେ ଲେଖାଟି 

ଦେଉଳ ଯେ ଯୁଗ ଯୁଗର

ଛୋଟ ହେଲେ ବି ତ ସୁନ୍ଦର

ଦକ୍ଷିଣରେ ତାଙ୍କ ସମୁଦ୍ର 

ଉତ୍ତରକୁ ତାର ଦୁଆର

କୁଶଭଦ୍ରା ନଦୀ ମୁହାଣ 

ମହକଇ ଫୁଲ ଚନ୍ଦନ 

ତାଳ ନାରୀକେଳ ଗହଳ 

ସାଗର ଗର୍ଜନ ଚହଳ 

ଶୋଭା ମଣ୍ଡିତ ସେ ସ୍ଥାନଟି 

ତହିଁ ରାମଚଣ୍ଡୀ ବିଜେଟି 

ଭକ୍ତଙ୍କର ନିତି ଗହଳ 

ମାଆ ମାଆ ବୋଲି ଚହଳ

ବାରମାସେ ତେର ପର୍ବ ଟି 

ମାଆଙ୍କ ମନ୍ଦିରେ ହୁଏଟି 

ଚଣ୍ଡୀ ପାଠ ହୋମ ଯଜ୍ଞ ରେ 

ପୀଠ ଚଉଦିଗ ଉଛୁଳେ 

ଦଶହରା ବଡ଼ ପର୍ବ ଯେ

ଷୋଳ ଦିନ ହୁଏ ପୂଜା ଯେ

ସବୁଦିନ ନୂଆ ବେଶଟି 

ଭକତେ ଦର୍ଶନ କରନ୍ତି

ସିନ୍ଦୂର ମଣ୍ଡିତ ମୁଖରେ 

କରୁଣା ଚାହାଣୀ ଆଖିରେ 

ଅସୀମ ମହିମାମୟୀଟି 

ଡାକିଲେତ ଡାକ ଶୁଣେଟି 

ପାଦରେ ଶରଣ ଦେବଟି 

ପାପ ତାପ ଧୋଇଦେବଟି 

ଏତିକି ମିନତି ପାଦରେ 

ଚାହିଁଥିବ କୃପା ନେତ୍ରରେ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍