STORYMIRROR

Sisir Panda

Others

2  

Sisir Panda

Others

ରାଧେକୃଷ୍ଣ

ରାଧେକୃଷ୍ଣ

1 min
536


ଆହା କି ନିର୍ମଳ ପବିତ୍ର ସେ ପ୍ରେମ

ସେହି ରାଧା କାହ୍ନୁ ପ୍ରେମୀଯୁଗଳଙ୍କ

ଶାଶ୍ବତ ସଦା ସତେଜ ପ୍ରେମ ଭାବ

ପ୍ରୀତି ରସେ ଛନ୍ଧା ଆତ୍ମା ସେ ଦ୍ବୟଙ୍କ।


ଏକ ବିନା ଆରେକ ହୁଏ ନିସ୍ତେଜ

ଆତ୍ମୀୟ ବନ୍ଧନେ ବନ୍ଧା ଦୁଇ ପ୍ରାଣ

ଦୈହିକ ଲାଳସାର ନଥିଲା ସ୍ଥାନ

ବ୍ୟକ୍ତ କରେ ମାନବୀୟ ଦୃଷ୍ଟିକୋଣ ।


ପଢ଼ି ମନେ ହୁଏ ମୋର ଆଲୋଡ଼ନ

ପ୍ରଭୁ ବୋଲି ମାନୁଛି ସାରା ସଂସାର

କିପରି ବଖାଣୁଛେ ତାଙ୍କର ପ୍ରେମ

କରି ଏତେ ସହଜ ନିକୃଷ୍ଟତର ।


ଶିଶିର, କଟକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍