ରାଧେକୃଷ୍ଣ
ରାଧେକୃଷ୍ଣ
1 min
531
ଆହା କି ନିର୍ମଳ ପବିତ୍ର ସେ ପ୍ରେମ
ସେହି ରାଧା କାହ୍ନୁ ପ୍ରେମୀଯୁଗଳଙ୍କ
ଶାଶ୍ବତ ସଦା ସତେଜ ପ୍ରେମ ଭାବ
ପ୍ରୀତି ରସେ ଛନ୍ଧା ଆତ୍ମା ସେ ଦ୍ବୟଙ୍କ।
ଏକ ବିନା ଆରେକ ହୁଏ ନିସ୍ତେଜ
ଆତ୍ମୀୟ ବନ୍ଧନେ ବନ୍ଧା ଦୁଇ ପ୍ରାଣ
ଦୈହିକ ଲାଳସାର ନଥିଲା ସ୍ଥାନ
ବ୍ୟକ୍ତ କରେ ମାନବୀୟ ଦୃଷ୍ଟିକୋଣ ।
ପଢ଼ି ମନେ ହୁଏ ମୋର ଆଲୋଡ଼ନ
ପ୍ରଭୁ ବୋଲି ମାନୁଛି ସାରା ସଂସାର
କିପରି ବଖାଣୁଛେ ତାଙ୍କର ପ୍ରେମ
କରି ଏତେ ସହଜ ନିକୃଷ୍ଟତର ।
ଶିଶିର, କଟକ।
