STORYMIRROR

Sudhir Kumar Panda

Others

3  

Sudhir Kumar Panda

Others

ପୁରୁଣା ପାରିବାରିକ ଫଟୋ

ପୁରୁଣା ପାରିବାରିକ ଫଟୋ

1 min
251

ପୁରୁଣା ଛବିକୁ

ଓଲଟାଉଥିଲି

ଆଖି ମୋ ରହିଲା ଲାଖି

ଅତି ପୁରାତନ

କଳା ଧଳା ଫଟୋ,

ମନଟି ରହିଲା ଲାଖି।

ବୋଉ ବାପା ମୋର

ଭାଇ ଓ ଭଉଣୀ

ଠୁଳ ସର୍ବେ ଏକାଠାରେ

ଏବେ କିନ୍ତୁ ଆମେ

ସବୁ ଯେ ବିକ୍ଷିପ୍ତ

କିଏ ଅଛି କେଉଁଠାରେ।

ମେଳା ଷ୍ଟୁଡିଓରେ

ଫଟୋ ଉଠିଥିଲା

ଏବେ ଏ ଅଲିଭା ସ୍ମୃତି

ଏବେ ଫଟୋ ପାଇଁ

ଅନେକ ସାଧନ,

ଅଭାବ ଯାହା ସଂହତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda