ପୁରୁଣା ପାରିବାରିକ ଫଟୋ
ପୁରୁଣା ପାରିବାରିକ ଫଟୋ
1 min
243
ପୁରୁଣା ଛବିକୁ
ଓଲଟାଉଥିଲି
ଆଖି ମୋ ରହିଲା ଲାଖି
ଅତି ପୁରାତନ
କଳା ଧଳା ଫଟୋ,
ମନଟି ରହିଲା ଲାଖି।
ବୋଉ ବାପା ମୋର
ଭାଇ ଓ ଭଉଣୀ
ଠୁଳ ସର୍ବେ ଏକାଠାରେ
ଏବେ କିନ୍ତୁ ଆମେ
ସବୁ ଯେ ବିକ୍ଷିପ୍ତ
କିଏ ଅଛି କେଉଁଠାରେ।
ମେଳା ଷ୍ଟୁଡିଓରେ
ଫଟୋ ଉଠିଥିଲା
ଏବେ ଏ ଅଲିଭା ସ୍ମୃତି
ଏବେ ଫଟୋ ପାଇଁ
ଅନେକ ସାଧନ,
ଅଭାବ ଯାହା ସଂହତି।
