STORYMIRROR

PRASANTA MALIK

Others

3  

PRASANTA MALIK

Others

ପ୍ରତିଛବି

ପ୍ରତିଛବି

1 min
293

କେବେ ଥରେ ଦେଖିଛକି ନିଜ ପ୍ରତିଛବି

ଆଇନାରେ

ଆଇନା ସତ କହେ ପରା,ହଁ ସତ

ସେ ସତ କହେ ସୌନ୍ଦର୍ଯ୍ୟର,ରୂପର,ଆକାରର

ଦୁନିଆ ଆଖିରେ ବି ସେ ସତ ।


କେବେ ଥରେ ଧସାଇ ପ୍ରବେଶ କରିଛକି

ସୌନ୍ଦର୍ଯ୍ୟ ତଳ ତିମିରିତ ହୃଦୟ ଭିତରକୁ

ଆଶାତୀତ ମନ ଅତରକୁ

ସେ କ'ଣ ଚାହେଁ ?


ତର୍ଜମା କର

ତନ୍ନ ତନ୍ନ କରି ଦେଖ,ପାଇବ ନିଜେ ନିଜକୁ

ଜାଣିବ ପ୍ରକୃତ ପାର୍ଥକ୍ୟ

ତୁମ ପ୍ରତିଛବିର,ଆଉ ତୁମ ମନ ତଳ ଭାବନାର ।



Rate this content
Log in