STORYMIRROR

Arun Kumar Mitra

Others

2  

Arun Kumar Mitra

Others

ପୃଥିବୀର ଶେଷ ଯୁଦ୍ଧ

ପୃଥିବୀର ଶେଷ ଯୁଦ୍ଧ

1 min
13.5K


ହେ ଅବିମୃଷ୍ଯକାରୀ, ତୁମ ଦର୍ପରେ

ହତଭାଗ୍ୟ ବସୁନ୍ଧରା ଆଜି ବାରୁଦ ସ୍ତୂପରେ

ଅପେକ୍ଷାରେ ଦୂଦ୍ଧର୍ଷ ଆତତାୟୀ

ହସ୍ତରେ ମଶାଲ,

ସଙ୍କଟେ ମାନବ ସଭ୍ୟତା

ଭୟ ବିହ୍ବଳ।

ଧରିତ୍ରୀ ଜନନୀ କରଇ କ୍ରନ୍ଦନ

ଦେଖି ତୁମ ନିର୍ବୋଧତା

କାଳକୁ ଆବାହନ।

ଉଡେଇବ କିଏ ବିଜୟର ବାନା

ମୃତ୍ୟୁର ଶୋଭାଯାତ୍ରାରେ

ଏ କାହାର ଭାବନା।

ଶତ୍ରୁ ଲାଗି ମାରଣାସ୍ତେ

ଆଣିବ ପ୍ରଳୟ

ହେବ ନି କାହାରି ଜୟ,

ନଗରେ ଲାଗିଲେ ନିଆଁ

ବଞ୍ଚେ କି ଦେବାଳୟ ?

ହେ ବିଶ୍ବର କର୍ଣ୍ଣଧାର

ଧନବାନ ପ୍ରବୁଦ୍ଧ

ଚାହୁଁଛ ଯଦି ହେଉ ଶୁଭାରମ୍ଭ

ସେଇ ଭୟାବହ

ପୃଥିବୀର ଶେଷ ଯୁଦ୍ଧ।

କବି ଅରୁଣ କୁମାର ମିତ୍ର।


Rate this content
Log in