STORYMIRROR

Sudhir Kumar Panda

Others

4  

Sudhir Kumar Panda

Others

ପ୍ରକୃତ ବନ୍ଧୁ

ପ୍ରକୃତ ବନ୍ଧୁ

1 min
417

ଦୁଃଖରେ ସୁଖରେ ସବୁରି ଠାରେ

ଆସିଲେ ବିପଦ ଛାତିକୁ ପାରେ

ବନ୍ଧୁ ପାଇଁ ଲଙ୍ଘେ ସପତ ସିନ୍ଧୁ

ସେହି ଜଣକଟି ପ୍ରକୃତ ବନ୍ଧୁ।


ଆସିଥାଏ ଯେବେ ଦୁଃଖ କଷଣ

ସାଥି ଦିଏ ସିଏ ହୋଇ ପାଷାଣ

ଜଗତଟା ସାରା ନିନ୍ଦିଲେ ନିନ୍ଦୁ

ସାଥି ହୋଇ ରହେ ପ୍ରକୃତ ବନ୍ଧୁ।


ପରବ ପର୍ବାଣୀ ମହୋଚ୍ଛବରେ

ତା' ଖୁସି ଆଉ କହିଲେ ନ ସରେ

ତୁମ ଖୁସି ସହ ତା' ଖୁସି ବାନ୍ଧୁ

ମନ ମତାଣିଆ ପ୍ରକୃତ ବନ୍ଧୁ।


ଖୁସିରେ ହସଇ ଦୁଃଖରେ କାନ୍ଦୁ

ସାଥି ଚିରକାଳ ପ୍ରକୃତ ବନ୍ଧୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda